fbpx
BJD SKY
BJD SKY

(Video) ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ମାମଲା: ହସ୍ତକ୍ଷେପ କଲେନି ହାଇକୋର୍ଟ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିକୃତ ଭାବରେ ଗଣେଶ ମୂର୍ତ୍ତି ତିଆରି କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ଏହା ସହ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ କୋର୍ଟ । ତେବେ ହାଇକୋର୍ଟ ପୋଲିସ ପ୍ରଶାସନ ଉପରେ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କଟକରେ ବିକୃତ କରି ଗଣେଣ ମୂର୍ତ୍ତି ନିର୍ମାଣ କରାଯାଉଥିବା ନେଇ ବିବାଦ ଉଠିଥିଲା । ପୋଲିସ ଏହି ବିକୃତ ମୂର୍ତ୍ତିକୁ ବିକ୍ରି ନକରି ଭାଙ୍ଗିଦେବାକୁ କାରିଗରଙ୍କୁ କହିଥିଲା । ଯାହାକୁ ଚାଲେଞ୍ଜ କରି ମୂର୍ତ୍ତି କାରିଗର ହାଇକୋର୍ଟରେ ଅପିଲ୍ କରିଥିଲେ ।

ଆଉ ଏବେ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ କଟକ ଡିସିପି ପିନାକ ମିଶ୍ର ଉଭୟ କାରିଗର ଏବଂ ପୂଜା ପ୍ରତିଷ୍ଠାନମାନଙ୍କୁ ଏହି ବିକୃତ ମୂର୍ତ୍ତି ପ୍ରତିଷ୍ଠା ନକରିବାକୁ କହିଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.