fbpx
BJD SKY
BJD SKY

ୱିମ୍ବଲଡନରୁ ଓହରିଲେ ଆଉ ଜଣେ ତାରକା ଖେଳାଳି

BJD

ଲଣ୍ଡନ୍(ଓଡ଼ିଶା ଭାସ୍କର): ଟେନିସ ଫ୍ୟାନ୍ ପାଇଁ ଆଉ ଏକ ଝଟ୍କା । ଆସନ୍ତା ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ୍ରୁ ଓହରିବା ନେଇ ଶୁକ୍ରବାର ଆଉ ଜଣେ ତାରକା ଖେଳାଳି ଘୋଷଣା କରିଛନ୍ତି । ମହିଳା ବର୍ଗରେ ବିଶ୍ୱ ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ୍ ସିମୋନା ହାଲେପ୍ ଜଙ୍ଘରେ ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ରାଫେଲ୍ ନାଦାଲ୍ ଏବଂ ଜାପାନର ନାଓମି ଓସାକାଙ୍କ ପରେ ତୃତୀୟ ଖେଳାଳି ଭାବରେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି ସିମୋନା ହାଲେପ୍ । ରୋମ୍ ଓପନରେ ଆଞ୍ଜେଲିକ୍ କେର୍ବରଙ୍କ ବିପକ୍ଷ କ୍ଲେ କୋର୍ଟ ମୁକାବିଲା ସମୟରେ ହାଲେପ୍ ଆହତ ହୋଇଥିଲେ । ଆହତ ହେବା ସହିତ ୨୯ ବର୍ଷୀୟ ହାଲେପ୍ ଫ୍ରେଞ୍ଚ ଓପନରୁ ଓହରି ଯାଇଥିଲେ ।

ୱିମ୍ବଲଡନ୍ରୁ ଓହରିବା ନେଇ ହାଲେପ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସୂଚନା ଦେଇଛନ୍ତି । କରୋନା ପାଇଁ ବିଗତ ବର୍ଷର ୱିମ୍ବଲଡନ୍ ବାତିଲ ହୋଇଥିବା ବେଳେ ୨୦୧୯ରେ ଚାମ୍ପିୟନ୍ ରହିଥିଲେ ହାଲେପ୍ । ହାଲେପ୍ ଓହରିବା ସହିତ ବେଲାଋଷର ଆରିନା ସାବାଲେଙ୍କା ଟୁର୍ଣ୍ଣାମେଣ୍ଟରୀ ଦ୍ୱିତୀୟ ସିଡ୍ ମାନ୍ୟତା ପାଇବା ସ୍ପଷ୍ଟ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାରେ ସକ୍ଷମ ହୋଇନଥିଲେ ହେଁ ସମର୍ଥନ ପାଇଁ ଫ୍ୟାନ୍ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ହାଲେପ୍ ।

Get real time updates directly on you device, subscribe now.