fbpx

ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ: ପାସ୍ ହାର ୯୭.୮୯

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶିତ ହୋଇଛି । କଟକ ସ୍ଥିତ ବୋର୍ଡ ଅଫିସ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଫଳାଫଳ ଘୋଷଣା କରିଥିଲେ । ଚଳିତ ବର୍ଷର ପାସ ହାର ୯୭.୮୯ ପ୍ରତିଶତ ରହିଛି । ଅଣରେଗୁଲାର ଛାତ୍ରଙ୍କ ପାଶ୍ ହାର ୮୮.୩୦ ପ୍ରତିଶତ ରହିଛି । ସମୁଦାୟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମୁଦାୟ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୨୮୦୩୫୨ ଜଣ ଛାତ୍ର ପାସ କରିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨୮୧୬୫୮ରହିଛି । ୪୪୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ ।

 

ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍ ହାସଲ କରିଛନ୍ତି । ଏ-୨ରେ ୨୨୧୩୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ବି-୧ରେ ୫୨୨୫୧ ଜଣ ଏବଂ ବି-୨ରେ ୯୪୪୭୫ ଜଣ ରହିଛନ୍ତି । ରାଜ୍ୟରେ ୫୯୪୫ ସ୍କୁଲରେ ଶତପ୍ରତିଶତ ପାଶହାର ରହିଥିବା ବେଳେ ଏହା ସହିତ ପ୍ରଥମ ଥର ପାଇଁ କୌଣସି ସ୍କୁଲରେ ଶୂନ ପରୀକ୍ଷା ଫଳ ହୋଇନାହିଁ ।

ସେହିପରି ମଧ୍ୟମାରେ ପାସ୍ ହାର ୯୮.୦୭ ପ୍ରତିଶତ ରହିଛି । ସମୁଦାୟ ୪୭୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏହା ମଧ୍ୟରୁ ୪୬୨୨ ଜଣ ପାସ୍ କରିଛନ୍ତି । ୮୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଗ୍ରେଡ୍ ଏ-୧ରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ଏ-୨ରେ ୪୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ଭାବରେ ବି-୧ରେ ୬୫୫, ବି-୨ରେ ୧୮୩୧, ସିରେ ୧୩୫୭, ଡିରେ ୫୬୫, ଇରେ ୧୬୯ ଏବଂ ଗ୍ରେଡ୍ ଏଫରେ ୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହା ବ୍ୟତିତ କମ୍ପାର୍ଟମେଣ୍ଟାଲରେ ୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ସନ୍ଧ୍ୟା ୬ଟାରେ www.besodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଏହା ସହ ୱେସାଇଟ bseodisha.nic.in ରେ ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ ଦେଖିପାରିବେ । ଇଣ୍ଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀମାନେ ମୋବାଇଲ ଏସଏମଏସରେ ବି ରେଜଲ୍ଟ ଦେଖିପାରିବେ । ନିଜ ରୋଲ ନମ୍ବର ସହ ୫୬୭୬୭୫୦ରେ ଏସଏମଏସ କରି ରେଜଲ୍ଟ ଜାଣିପାରିବେ ।

ଆଜି ଭୁବନେଶ୍ୱର ୟୁନିଟ ୯ରେ ଥିବା ଉର୍ଦୁ ବୋର୍ଡ଼ ଅଫିସ ରେ ଓଡିଶା ଷ୍ଟେଟ ବୋର୍ଡ଼ ମାଡ୍ରାସ ଏଜୁକେସନ ର ରୀକ୍ଷା ଫଳ ଘୋଷଣା କରିଥିଲେ ବୋର୍ଡ଼ ଡିରେକଟର। ଏହି ମାଡ୍ରାସ ବୋର୍ଡ଼ ରେ ୧୯୦ଜଣ ପରୀକ୍ଷା ଦେଇଥିଲେ ରେଗୁଲାର ଏବଂ ଏକ୍ସ ରେଗୁଲାର ୨୦ଜଣ ସାଥିରେ ୧୦୦%ରେଜଲ୍ଟ ହେଇଚି ଆଜି ସନ୍ଧ୍ୟା ୬କ୍ଟ୍ରଜ୍ଞ ରେ ଏହା ର ଗ୍ରେଡ଼ ବାହାରିବ ବୋଲି ଡିରେକଟର କହିଥିଲେ। ଆଜି ଉର୍ଦୁ ଭବନ ରେ ଡିରେକଟର ଏବଂ ମାଡ୍ରାସା ର କର୍ମୀ ସହିତ ମାନରିଟ ସେଲ ବିଜେଡି ସଭାପତି ଉପସ୍ଥିତ ରହିବା ସହିତ ଏହା ଓଡିଶା ବାହାରେ କିପରି ସଫଳତା ପାଇବ ତାହା ଉରେ ଚର୍ଚ୍ଚା ହେଇଥିଲା।

Get real time updates directly on you device, subscribe now.