fbpx
BJD
BJD SKY
BJD SKY

୨୦୨୨ ପ୍ରାରମ୍ଭରେ ଭାରତୀୟ ନୌସେନାରେ ସାମିଲ ହେବ ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର୍ ଆଇଏନଏସ୍ ବିକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର୍ ଆଇଏନଏସ୍ ବିକ୍ରାନ୍ତ ୨୦୨୨ ପ୍ରାରମ୍ଭରୁ ତିଆରି ହୋଇଯିବ । ଆଉ କିଛି ମାସ ମଧ୍ୟରେ ଆଇଏନଏସ୍ ବିକ୍ରାନ୍ତର ସମୁଦ୍ର ଟ୍ରାଏଲ୍ ଆରମ୍ଭ ହୋଇଯିବ । ଏନେଇ କୋଚି ସିପୟାର୍ଡ ଏବଂ ଭାରତୀୟ ନୌସେନାର ଉଚ୍ଚ ଅଧିକାରୀ ମାନେ ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ତେବେ ଆଇଏନଏସ୍ ବିକ୍ରାନ୍ତ ସମ୍ପୂର୍ଣ୍ଣ ଭାବରେ ତିଆରି ହେବାପରେ ଏହା ନୌସେନାରେ ସବୁଠାରୁ ଘାତକ ଅସ୍ତ୍ର ଭାବରେ ସାବ୍ୟସ୍ତ ହେବ ।

ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ କୋଚିରେ ଥିବା ନୌସେନାର ସାଉଥ୍ କମାଣ୍ଡ ଏବଂ କୋଚି ଜାହାଜ କାରଖାନା ପରିଦର୍ଶନ କରି ସ୍ୱଦେଶୀ ବିମାନ ପରିବହନକାରୀ ଯୁଦ୍ଧପୋତ ବିକ୍ରାନ୍ତର ନିର୍ମାଣ କାର୍ୟ୍ୟର ତଦାରଖ କରିଛନ୍ତି । ଏହି ସମୟରେ ତାଙ୍କ ସହ ନୌସେନା ମୁଖ୍ୟ ଆଡମିରାଲ କରାମବୀର ସିଂ, ଭାଇସ ଆଡମିରାଲ ଏ.କେ ଚାୱଲା ଉପସ୍ଥିତ ଥିଲେ ।

ସମୁଦ୍ରରେ ବିକ୍ରାନ୍ତ ସହିତ ମିଗ୍-୨୯କେ, ଫାଇଟର୍ ଜେଟ୍ସ, କାମୋବ ହେଲିକ୍ୟାପ୍ଟର୍, ଆଣ୍ଟି ସବ୍ ମରିନ୍ ହେଲିକ୍ୟାପ୍ଟର୍, ଏମଏଚ୍-୬୦ଆର ଏବଂ ସ୍ୱଦେଶୀ ଆଡଭାନ୍ସ ଲାଇଟ୍ ହେଲିକ୍ୟାପ୍ଟର୍ ମୁତୟନ ରହିବେ । ତେବେ ଏହି ଅବସରରେ ନୌସେନାକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ, ଗତବର୍ଷ ଗଲୱାନ୍ ଠାରେ ହିଂସା ସମୟରେ ଭାରତୀୟ ନୌସେନା ପ୍ରୋ-ଆକ୍ଟିଭ୍ ଫରୱାର୍ଡ ମୁତୟନ କରି ସଫା ସଫା ସଂକେତ ଦେଇଥିଲେ ଯେ, ଭାରତ ଶାନ୍ତି ତ ଚାହେ, ହେଲେ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜର ସାମନା କରିବାକୁ ମଧ୍ୟ ପ୍ରସ୍ତୁତ ମଧ୍ୟ ରହିଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ, ନିକଟ ଭବିଷ୍ୟତରେ ଭାରତୀୟ ନୌସେନା ଦୁନିଆର ତୃତୀୟ ସବୁଠାରୁ ବଡ ନୌସେନା ହୋଇଯିବ । ତେବେ ନୌସେନାର ଯେଉଁ ୪୨ଟି ଯୁଦ୍ଧପୋତ ତିଆରି ହେଉଛି ସେଥି ମଧ୍ୟରୁ ୪୦ଟି ଭାରତରେ ହିଁ ତିଆରି କରାଯାଉଛି । ଅନ୍ୟପଟେ ଚୀନ ମଧ୍ୟ ନିଜର ସେନାକୁ ଦୃଢ଼ କରିବାକୁ ଯାଇ ପ୍ରସ୍ତୁତି ଜୋରଦାର କରୁଛି । ଚୀନ ପାଖରେ ମଧ୍ୟ ଗୋଟିଏ ଏୟାରକ୍ରାଫ୍ଟ ରହିଥିବା ବେଳେ ଦୁଇଟି ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି ।

Get real time updates directly on you device, subscribe now.