fbpx

ଓଡ଼ିଶାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ଥମି ନଥିବାବେଳେ ଏବେ ଡେଲଟା ପ୍ଲସ ଭାରିଆଣ୍ଟରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର, ତାମିଲନାଡ଼ୁ ମଧ୍ୟପ୍ରଦେଶରେ ଏହି ଡେଲଟା ଭାରିଆଣ୍ଟରେ ବୃଦ୍ଧି ଦେଖିବାକୁ ମିଳିଛି ।

ସେପଟେ ଓଡ଼ିଶାରେ ମଧ୍ୟ ଚିହ୍ନଟ ହୋଇଛି ଡେଲଟା ପ୍ଲସ ଭାରିଆଣ୍ଟ । ରାଜ୍ୟରେ ଗୋଟିଏ ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁୂ ସୂଚନା । ଦେଶରେ ଚିହ୍ନଟ ମୋଟ ୪୮ଟି କେସରୁ ଓଡ଼ିଶାରେ ଗୋଟିଏ । ମହାରାଷ୍ଟ୍ରରୁ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ ୭ ଚିହ୍ନଟ ହୋଇଛନ୍ତି ।

ତେବେ ଓଡ଼ିଶାରୁ ଚିହ୍ନଟ ଡେଲଟା ପ୍ଲସ ରୋଗୀ ଦେବଗଡ଼ର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

Get real time updates directly on you device, subscribe now.