fbpx
BJD
BJD SKY
BJD SKY

ସାଗର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରେସଲର୍ ସୁଶୀଲ କୁମାରଙ୍କ ସହିତ ସେଲ୍ଫୀ ନେଲେ ପୁଲିସ୍ କର୍ମୀ, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ସାଗର ହତ୍ୟାକାଣ୍ଡ ମାମଲାରେ ତିହାଡ ଜେଲ୍ ରେ ସଜ୍ଜା କାଟୁଥିବା ଲୋକପ୍ରିୟ ରେସଲର୍ ସୁଶୀଲ କୁମାରକୁ ଶୁକ୍ରବାର ଦିଲ୍ଲୀ ମଣ୍ଡୋଲୀ ଜେଲ୍ କୁ ସିଫ୍ଟ କରିଦିଆଯାଇଛି । ସେଠାରେ ତାଙ୍କୁ ୨ ନମ୍ବର ଜେଲ୍ ରେ ରଖାଯାଇଛି । ତେବେ ତିହାଡ ଜେଲରୁ ବାହାରକୁ ବାହାରିବା ପରେ କିଛି ପୁଲିସକର୍ମୀ ସଙ୍ଗୀନ ହତ୍ୟା ମାମଲାର ଆରୋପୀ ସୁଶୀଲ କୁମାରଙ୍କ ସହିତ ସେଲ୍ଫୀ ଉଠାଇଥିଲେ । ଯାହା ଏବେ ଖୁବ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସୁଶୀଲ କୁମାରଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି ।

ସୂଚନାଯୋଗ୍ୟ, ୨୦୦୮ରେ ରେସଲର୍ ସୁଶୀଲ କୁମାର ଅଲମ୍ପିକ୍ ପଦକ ଜିତିବା ପରେ ତାଙ୍କ ଜୀବନ ବଦଳିଯାଇଥିଲା । ହେଲେ ସାଗର ହତ୍ୟାକାଣ୍ଡ ମାମଲା ସୁଶୀଲ କୁମାରଙ୍କୁ ୱିନର୍ ରୁ କିଲର୍ ସଜାଇଦେଇଥିଲା । ପୁଲିସ୍ ଏହି ମାମଲାରେ ସୁଶୀଲ କୁମାରଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ଗିରଫ କରିଛି । ତେବେ ସୁଶୀଲ କୁମାର ୨୦୨୧ ମେ’ ୪ ଓ ୫ ତାରିଖ ମଧ୍ୟରାତିରେ ସାଗରକୁ ଖୁବ୍ ଜୋରରେ ମାଡ ମାରିଥିଲେ । ଯାହାଫଳରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁଲିସ୍ ର କହିବା କଥା ହେଲା ସୁଶୀଲ କୁମାର ହିଁ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ଏହି କଥା ସୁଶୀଲ ନିଜେ ପୁଲିସ୍ ଆଗରେ ସ୍ୱୀକାର କରିଥିଲେ । ସୁଶୀଲ କୁମାରଙ୍କୁ ମେ’ ୨୩ ତାରିଖ ଦିନ ତାଙ୍କ ସହିତ ଧରାଯାଇଥିଲା । ଏହି ଘଟଣାରେ ଏଯାବତ୍ ୧୦ ଜଣଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.