fbpx

ପ୍ରଥମ ବିଜୟ ହାସଲ କଲା ୱେଷ୍ଟଇଣ୍ଡିଜ; ବାଂଲାଦେଶର ହ୍ୟାଟ୍ରିକ୍ ପରାଜୟ

Advertisement

ନୂଆଦିଲ୍ଳୀ: ଚଳିତ ଟି-୨୦ ବିଶ୍ୱକପରେ ନିଜର ପ୍ରଥମ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ । ମାତ୍ର ୩ ରନରେ ବାଂଲାଦେଶକୁ ପରାସ୍ତ କରିବା ସହିତ ନିଜର ପଏଣ୍ଟ ଖାତା ଖୋଲିଛି ୱେଷ୍ଟଇଣ୍ଡିଜ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୪୨ ରନ କରିଥିବା ବେଳେ ବାଂଲାଦେଶ ୧୩୯ ରନରେ ସୀମିତ ରହିଥିଲା ।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୩୨ ରନରେ ୩ଟି ୱିକେଟ ହରାଇଥିଲେ ହେଁ ଶେଷ ଆଡକୁ ନିକୋଲାସ ପୁରନ ଓ ଜାସନ ହୋଲ୍ଡରଙ୍କ ଦ୍ରୁତ ବ୍ୟାଟିଂ ଫଳରେ ଦଳ ୧୪୨ ରନ ସଂଗ୍ରହ କରିଥିଲା । ପୁରନ ୨୨ ବଲରୁ ୪୦ ରନ କରିଥିବା ବେଳେ ହୋଲ୍ଡର ମାତ୍ର ୫ ବଲରୁ ୧୫ ରନ ସଂଗ୍ରହ କରିଥିଲେ । ଶୋରିଫୁଲ ଇସଲାମ, ମେହିଦୀ ହସନ ଏବଂ ମୁସ୍ତାଫିଜୁର ରେହମାନ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ୱେଷ୍ଟଇଣ୍ଡିଜ ବୋଲରଙ୍କ ମାପଚୁପ ବୋଲିଂ ଫଳରେ ବିଜୟ ଲକ୍ଷ୍ୟରୁ ୩ ରନ ଦୂରରେ ରହିଯାଇଥିଲେ । ଲିଟନ ଦାସ ସର୍ବାଧିକ ୪୪ ରନ କରିଥିଲେ ହେଁ ଦଳ ୫ ୱିକେଟ ହରାଇ ୧୩୯ ରନ କରିଥିଲେ । ୱେଷ୍ଟଇଣ୍ଡିଜର ୫ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.