fbpx
BJD SKY
BJD SKY

ଏହି ଭିଟାମିନ ଅଭାବରୁ ହୋଇଥାଏ ହୃଦଘାତ ସମସ୍ୟା: ତୁରନ୍ତୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

BJD

ମଣିଷ ସୁସ୍ଥ ରହିବା ପାଇଁ ଶରୀରରେ ଅନେକ ଭିଟାମିନର ଅନେକ ଆବଶ୍ୟକତା ରହିଥାଏ । ତେବେ ସେହି ଭିଟାମିନସ୍ ମାନଙ୍କ ମଧ୍ୟରୁ ଭିଟାମିନ କେ ଶରୀର ପାଇଁ ନିତ୍ୟାନ୍ତ ଜରୁରୀ । କାରଣ ଏହା ଶରୀରରେ ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିବା ସହ ହୃଦୟ ଏବଂ ହାଡକୁ ମଧ୍ୟ ସୁସ୍ଥ ଓ ବଜବୁତ ରଖିଥାଏ । ଶରୀରରେ ଯଦି ଏହି ଭିଟାମିନର ଅଭାବ ଦେଖାଦିଏ ତେବେ ଶରୀରରେ ହୃଦଘାତ ଏବଂ କର୍କଟ ରୋଗ ପରି ମାରାତ୍ମକ ସମସ୍ୟା ଦେଖାଯିବା ସହ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ତେବେ ଶରୀରରେ ଏହି ସମସ୍ୟାକୁ ରୋକିବା ପାଇଁ ମହିଳାମାନଙ୍କୁ ୯୦ ମାଇକ୍ରୋଗ୍ରାମ ଏବଂ ପୁରୁଷଙ୍କୁ ୧୨୦ ମାଇକ୍ରୋଗ୍ରାମ ଭିଟାମିନ କେ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଖାଦ୍ୟରେ ଭିଟାମିନ କେ ପ୍ରଚୁର ପରିମାଣରେ ମିଳିଥାଏ ।

ବ୍ରୋକଲି: ଶରୀରରେ ଭିଟାମିନ କେ ର ମାତ୍ରାକୁ ବୃଦ୍ଧି କରିବାକୁ ଚାହୁଁଥିଲେ ଅଲିଭ୍ ଅଏଲରେ ବ୍ରୋକିଲକୁ ପକାଇ ଖାଇ ପାରିବେ । ଏତତ୍ ବ୍ୟତୀତ ଏହାକୁ ସାଲଡ ଆକାରରେ ମଧ୍ୟ ଖାଇ ପାରିବେ ।

କୋବି: କୋବିରେ ଭିଟାମିନ୍ ସି, ଭିଟାମିନ୍ ବି ୬ ଏବଂ ଭିଟାମିନ୍ କେ, ପଲିଫେନୋଲ୍ ଏବଂ ସଲଫର୍ ପରି ଆଣ୍ଟିଅକ୍ସିଡାଣ୍ଟ ଏବଂ ଫୋଲେଟ୍ ଭରପୂର ମାତ୍ରାରେ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଥିବା ଭିଟାମିନର ଅଭାବ ପୂରଣ ହେବା ସହ ହୃଦଘତ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

ବିନ୍ସ: ବିନ୍ସ ଏପରି ଏକ ପରିବା ଯେଉଁଥିରେ ଭିଟାମିନ କେ ଭରପୁର ମାତ୍ରାରେ ରହିଥାଏ । ଏତିସହିତ ଗୋଟିଏ କପ୍ ବିନ୍ୟରେ ୩୧ ପ୍ରତିଶତ କ୍ୟାଲୋରୀ, ୩.୩ ଗ୍ରାମ ଚିନି ଏବଂ ଜିରୋ ଫ୍ୟାଟ୍ ରହିଥାଏ । ଯାହା ଦ୍ୱାରା ଶରୀରରେ ଥିବା ବିଭିନ୍ନ ସମସ୍ୟା ଦୂର ହେବା ସହ ରକ୍ତକୁ ପରିଷ୍କାର ରଖିଥାଏ ।

ପାଳଙ୍ଗ ଶାଗ: କଞ୍ଚା ପାଳଙ୍ଗ ଶାଗ ଅପେକ୍ଷା ଅଧା କପ୍ ରନ୍ଧା ପାଳଙ୍ଗ ଶାଗରେ ଭିଟାମିନ୍ କେ ର ମାତ୍ରା ୩ ଗୁଣା ଅଧିକ ରହିଥାଏ । ଯାହାକି ଶରୀରକୁ ସୁସ୍ଥ ରଖିବା ସହିତ ହାଡ ମଜବୁତ କରିଥାଏ । ଏଥି ସହିତ ହୃଦୟ ଏବଂ ରକ୍ତକୁ ସଫା ଓ ସୁସ୍ଥ ରଖିଥାଏ ।

Get real time updates directly on you device, subscribe now.