fbpx

(Video) ଭାରତକୁ ଫେରିବ କୋହିନୂର ହିରା, ପୁଣିଥରେ ଜଗନ୍ନାଥଙ୍କ ପାଖକୁ ଆସିପାରେ …

ନୂଆଦିଲ୍ଲୀ: ଭାରତକୁ ଫେରିବ କୋହିନୂର ହିରା । ପୁଣିଥରେ ଜଗନ୍ନାଥଙ୍କ ପାଖକୁ ଆସିପାରେ ଚୋରି ହୋଇଯାଇଥିବା କୋହିନୂର । ଏମିତି କିଛି ଚର୍ଚ୍ଚା ଏବେ ଜୋରସୋରରେ ହେବାକୁ ଲାଗିଛି । କୋହିନୂର ଏବେ ଇଂଲଣ୍ଡର ରାଜପରିବାରଙ୍କ କବଜାରେ ରହିଛି । ବର୍ତ୍ତମାନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୁକୁଟରେ ଲାଗିଥିଲା କୋହିନୂର । ହେଲେ ଗତ ୮ ତାରିକରେ ରାଣୀଙ୍କ ମୃତ୍ୟୁ ହୋଇଛି । ଆଉ ଏଥିପାଇଁ କୋହିନୂର ଏବେ ତାଙ୍କ ପୁତ୍ରବଧୂ ମାନେ ପ୍ରିନ୍ସ ଚାର୍ଲସଙ୍କ ତୃତୀୟ ପତ୍ନୀ କାମିଲା ପାର୍କର ବୋଲ୍ସଙ୍କ ପାଖକୁ ଆସିଛି । ପ୍ରୀନ୍ସ ଚାର୍ଲସଙ୍କର ରାଜ୍ୟାଭିଷେକ ପରେ ଏବେ କାମିଲା କୋହିନୂର ଖଞ୍ଜା ଯାଇଥିବା ମୁକୁଟକୁ ପିନ୍ଧିଛନ୍ତି ।

୧୮୩୦ ମସିହାରେ ଲାହୋର ରାଜା ରଣଜିତ ସିଂ କୋହିନୂର ହିରାକୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାକୁ ଦାନ କରିଥିଲେ । ରଞ୍ଜିତ ସିଂ ସେହି ସମୟରେ ମାନସିକ ରଖି ନିଜେ ପୁରୀ ଆସି କୋହିନୂର ହିରାକୁ ଦାନ କରିଥିଲେ । କାରଣ ରାଜା ରଞ୍ଜିତ ସିଂ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭକ୍ତି କରୁଥିଲେ । ସେଥିପାଇଁ ଜଗନ୍ନାଥଙ୍କ ଉପରେ ଗଭିର ବିଶ୍ୱାସ ମଧ୍ୟ ରହିଥିଲା । ଯେଉଁଥିପାଇଁ ରଞ୍ଜିତ ସିଂ ପ୍ରଥମେ ବଟ ବୃକ୍ଷକୁ ପୂଜା କରି ଜଗନ୍ନାଥଙ୍କୁ କୋହିନୂର ଦାନ କରିଥିଲେ । ଏହା ସ୍ପଷ୍ଟ ଭାବରେ ଏହି ଚିଠିରେ ଲେଖାଯାଇଛି । ଯାହା ପ୍ରମାଣିତ କରୁଛି କୋହିନୂର ହେଉଛି ଭାରତର ଏବଂ ଏହା ଜଗନ୍ନାଥଙ୍କର ସମ୍ପତି ।

କିନ୍ତୁ ୧୮୪୯ରେ ଇଂରେଜ ସିଖ ଯୁଦ୍ଧ ସମୟରେ ବ୍ରିଟିସ୍ ସେନା ରାଜା ରଣଜିତ୍ ସିଂଙ୍କ ପୁଅ ଦୁଲଦୀପ ସିଂଙ୍କୁ ପରାସ୍ତ କରିଥିଲେ । ଆଉ ବାଧ୍ୟ ହୋଇ ଦୁଲଦିପ ସିଂ ସେତେବେଳେ ଶିଖ ସାମ୍ରାଜ୍ୟ ସହ କୋହିନୂର ଇଂରେଜ ମାନଙ୍କୁ ଦେଇଦେଇଥିଲେ । ସେତେବେଳର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସି ଶିଖ୍ ରାଜକୋଷରୁ କୋହିନୂର ହୀରାକୁ ନେଇଯାଇଥିଲେ ।

ତେବେ ଏହି ହୀରା ଉପରେ ଭାରତର ଅଧିକାର ରହିଛି ଏବଂ ଏହାକୁ ଭାରତକୁ ଫେରାଇ ଆଣିବା ପାଇଁ ଅନେକ ବାର ଚେଷ୍ଟା ମଧ୍ୟ କରାଯାଇଛି । କୋହିନୂର ପୁରୀ ଜଗନ୍ନାଥଙ୍କ ପାଖକୁ ଅଣାଯିବାକୁ ନେଇ ଲଣ୍ଡନର ବଙ୍କିମହମ ପ୍ୟାଲେସ ସହ ଯୋଗାଯୋଗ ମଧ୍ୟ କରାଯାଇଛି । ଏହାକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ହେଲେ ଏହାର କୌଣସି ସୁଫଳ ମିଳିପାରିନଥିଲା । ଏହାପରେ ଏହି ମାମଲାକୁ ଆର୍ନ୍ତଜାତୀୟ କୋର୍ଟରେ ଉଠାଯିବ ବୋଲି ଜଗନ୍ନାଥ ସେନା ପକ୍ଷରୁ କହାଯାଇଛି। ତେବେ ଖୁବ ଶୀଘ୍ର ଏହା ସମାଧାନ ହେବା ପରେ କୋହିନୂର ଭାରତକୁ ଫେରିବ ବୋଲି ଆଶାପ୍ରକାଶ କରାଯାଇଛି । ସୂଚନା ଅନୁସାରେ କୋହିନୂର ପ୍ରଥମେ ଗୋଲକୋଣ୍ଡା ଅଞ୍ଚଳର କୋଲ୍ଲୁର କୋଇଲା ଖଣି ଖନନ ସମୟରେ ମିଳିଥିଲା । ସେତେବେଳେ ଗୋଟିଏ ରାଜବଂସରୁ ଆଉଗୋଟିଏ ରାଜବଂସକୁ ହୀରା ଯିବାରେ ଲାଗିଥିଲା । କୋହିନୂରକୁ ଆଲୋକର ପାହାଡ଼ ବୋଲି କୁହାଯାଏ ।

Get real time updates directly on you device, subscribe now.