ଦିଲ୍ଲୀ ବିଧାନସଭା ନିର୍ବାଚନ: କ୍ରାଉଡ୍ ଫଣ୍ଡିଂ ପାଇଁ ଅପିଲ କଲେ ଆତିଶୀ, ମାତ୍ର ୪ ଘଣ୍ଟାରେ ୧୧ ଲକ୍ଷ ଚାନ୍ଦା

ନିର୍ବାଚନ ଲଢ଼ିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କ୍ରାଉଡ୍ ଫଣ୍ଡିଂ ଅଭିଯାନ । ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ କଲେ ଅପିଲ ।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ । ଏଥିମଧ୍ୟରେ ମୁଖ୍ୟମନ୍ତ୍ରୀ ଆତିଶୀ ନିର୍ବାଚନ ଲଢ଼ିବା ପାଇଁ କ୍ରାଉଡ୍ ଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି ।

ରବିବାର ଆରମ୍ଭ କରିଥିବା ଏହି ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ଆତିଶୀ ।

୪୦ ଲକ୍ଷ ପାଣ୍ଠି: ଦିଲ୍ଲୀ ନିର୍ବାଚନ ଲଢ଼ିବା ପାଇଁ ୪୦ ଲକ୍ଷ ଟଙ୍କା କ୍ରାଉଡ୍ ଫଣ୍ଡିଂ ପାଇଁ ଜନସାଧାରଣଙ୍କୁ ଅପିଲ କରିଥିଲେ ଆତିଶୀ । ଆଜି ସକାଳ ୧୦ଟାରେ ଏହି ଅପିଲ କରାଯାଇଥିବା ବେଳେ ମାତ୍ର ୪ ଘଣ୍ଟାରେ ୧୧ ଲକ୍ଷରୁ ଉର୍ଦ୍ଧ୍ୱ ପାଣ୍ଠି ଯୋଗାଡ଼ ହୋଇଥିବା ସୂଚନା ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୯୦ ଲୋକଙ୍କ ଠାରୁ ୧୧ ଲକ୍ଷ ୨ ହଜାର ୬୦୬ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇଛି । କହିରଖୁଛୁ କାଲକାଜୀରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଆତିଶୀ କ୍ରାଉଡ୍ ଫଣ୍ଡିଂ ପାଇଁ ଅପିଲ କରିଥିଲେ ।

କ’ଣ କହିଥିଲେ ଆତିଶୀ?

ଆତିଶୀ କହିଥିଲେ କି ମୋତେ ନିର୍ବାଚନ ଲଢ଼ିବା ପାଇଁ ୪୦ ଲକ୍ଷ ଟଙ୍କା ଆବଶ୍ୟକ । ମୋ କ୍ରାଉଡ୍ ଫଣ୍ଡିଂ ଅଭିଯାନକୁ ସମର୍ଥନ କରନ୍ତୁ ।

ଆମେ ଶିଳ୍ପପତିଙ୍କ ଠାରୁ ଦାନ ନେବୁ ନାହିଁ । କେବଳ ଜନସାଧାରଣଙ୍କ ଦାନରେ ନିର୍ବାଚନ ଲଢ଼ିବୁ ।

ଏହା ସହ ଆତିଶୀ athishi.aamaadmiparty.org ନାମକ ଲିଙ୍କ ଜାରି କରି କହିଛନ୍ତି କି ଜଣେ ନେତା ଜନସାଧାରଣଙ୍କ ପାଣ୍ଠିରୁ ନିର୍ବାଚନ ଲଢ଼ିଲେ ସେମାନଙ୍କ ପାଇଁ କାର୍ଯ୍ୟ କରିବ । ଅପରପକ୍ଷରେ ଶିଳ୍ପପତିଙ୍କ ପାଣ୍ଠିରେ ନିର୍ବାଚନ ଲଢ଼ିଲେ ସେମାନଙ୍କ ପାଇଁ କାମ କରିବ ।

୧୦୦ ଟଙ୍କା ଦାନ: ଜନସାଧାରଣଙ୍କ ଛୋଟ ଛୋଟ ସହଯୋଗ ନିର୍ବାଚନ ଲଢ଼ିବାରେ ସହାୟକ ହେବ ବୋଲି କହିଥିଲେ ଆତିଶୀ । ସର୍ବନିମ୍ନ ୧୦୦ ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଜନତା ଦାନ କରିପାରିବେ ।
ଅଣଦିଲ୍ଲୀବାସୀ ମଧ୍ୟ କ୍ରାଉଡ୍ ଫଣ୍ଡିଂରେ ସହଯୋଗ କିରିଥିବା କହିଥିଲେ ଆତିଶୀ ।