fbpx
BSKY SKY
BSKY SKY

କୁକୁର ଦେହରେ ବେଲୁନ୍ ଲଗାଇ ଉଡାଇବା ୟୁ-ଟ୍ୟୁବରଙ୍କୁ ପଡିଲା ମହଙ୍ଗା, ଭିଡିଓ ଭାଇରାଲ୍ ପରେ ବାନ୍ଧିଲା ପୋଲିସ୍

BSKY

ନୂଆଦିଲ୍ଲୀ: ହାଇଡ୍ରୋଜେନ୍ ଭର୍ତ୍ତି ବେଲୁନ୍ ଲଗାଇ ପୋଷା କୁକୁରକୁ ପବନରେ ଉଡାଇବା ଦିଲ୍ଲୀର ଜଣେ ୟୁ-ଟ୍ୟୁବର୍ ଙ୍କୁ ମହଙ୍ଗା ପଡିଛି । ସୂଚନା ଯେ, ଦିଲ୍ଲୀର ଜଣେ ୟୁ-ଟ୍ୟୁବର୍ ଭିଡିଓ କରିବା ପାଇଁ ଗୋଟିଏ କୁକୁରର ଦେହରେ ଏକ ସୁତା ସାହାଯ୍ୟରେ ବେଲୁନ୍ ବାନ୍ଧି ପବନରେ ଉଡାଉଥିଲେ । ଆଉ ଏହାର ଭିଡିଓ କରି ନିଜ ୟୁ-ଟ୍ୟୁବ୍ ପେଜ୍ ରେ ଅପଲୋଡ୍ ମଧ୍ୟ କରିଥିଲେ । ଏହାପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଲୋକେ ଏହାକୁ କିଛି ବିରୋଧ କରିବା ସହିତ ପସନ୍ଦ ମଧ୍ୟ କରିଥିଲେ । ହେଲେ ଉକ୍ତ ୟୁ-ଟ୍ୟୁବର୍ ଜଣକ ଭିଡିଓକୁ ନେଇ ବିବାଦରେ ପଡିଯାଇଛନ୍ତି । ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସ୍ କରି ନେଇଛି ।

ତେବେ ଉକ୍ତ ୟୁ-ଟ୍ୟୁବର୍ ପେଜ୍ ର ନାଁ ହେଉଛି ‘ଗୌରବ ଜେନ୍’ । ଏହି ନାମରେ ଥିବା ଏକ ୟୁ-ଟ୍ୟୁବ୍ ଆକାଉଣ୍ଟରେ ଭିଡିଓକୁ ପୋଷ୍ଟ କରାଯାଇଥିଲା । ହେଲେ ବିବାଦ ପରେ ଉକ୍ତ ଭିଡିଓକୁ ଡିଲିଟ୍ କରାଯାଇଛି । ହେଲେ ଗୌରବ କୁକୁର ଦେହରେ ବେଲୁନ୍ ବାନ୍ଧି ଉଡାଇବାକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ୟୁ-ଟ୍ୟୁବର୍ ଙ୍କ ଉପରେ ପଶୁ କ୍ରୂରତା ଅଧିନିୟମ ଆଧାରରେ ତାଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ଧାରା ୧୮୮, ୨୬୯, ୩୪ ଏବଂ ପଶୁ କ୍ରୂରତା ଅଧିନିୟମ ଅଧୀନରେ ଗୌରବ ଏବଂ ତାଙ୍କ ମା’ଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଏନେଇ ଗୌରବ କହିଛନ୍ତି ଯେ, “ମୁଁ ଭିଡିଓ କରିବା ସମୟରେ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ରୂପେ ଧ୍ୟାନ ଦେଇଥିଲି । ଆଉ ଏନେଇ କହି ବି ଥିଲି ହେଲେ ଭିଡିଓ ଅଧିକ ଲମ୍ବା ଥିବାରୁ ସେହି ପାର୍ଟ ଟି ଅପଲୋଡ୍ ହୋଇନଥିଲା । ତେବେ ମୁଁ ପୋଷା ପଶୁ ମାନଙ୍କୁ ଛୋଟ ଛୁଆ ପରି ବ୍ୟବହାର କରେ” । ଏହା କହିବା ସହିତ ସେ ଏଥିପାଇଁ କ୍ଷମା ବି ମାଗିଛନ୍ତି ।

Get real time updates directly on you device, subscribe now.