fbpx

ଅକ୍ସିଜେନ୍ ଅଭାବରୁ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଏତିକି ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ ୨୩ ।୪ (ଓଡିଶା ଭାସ୍କର) : ସାରା ଦେଶରେ କରୋନା ମହାମାରୀ ଭୟଙ୍କର ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟାରେ ବିଶ୍ୱର ସବୁ ଦେଶକୁ ପଛରେ ପକାଇଛି ଭାରତ ।ଏହିପରି ସ୍ଥଳେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ରୋଗୀଙ୍କ ଲାଗି ଅକ୍ସିଜେନର ଘୋର ଅଭାବ ଦେଖାଯାଇଛି । ଅଧିକାଂଶ ହସ୍ପିଟାଲର ସ୍ଥିତି ଏପରି ଯେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଅକ୍ସିଜେନ୍ ସିଲିଣ୍ଡର ଅତି ଶୀଘ୍ର ସେଠାରେ ପହଁଚାଇବା ପାଇଁ । ସେପଟେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ପାଖରେ କିଛି ଘଣ୍ଟା ପାଇଁ ଅକ୍ସିଜେନ୍ ଥିବା ବେଳେ ଭେଣ୍ଟିଲେର୍ଭି ଠିକରେ କାମ କରୁନଥିବା ହସ୍ପଟାଲ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ୬୦ ଜଣ ରୋଗୀଙ୍କର ଜୀବନ ବିପଦରେ ଥିବାରୁ ଏୟାର୍ ଲିପ୍ଟ୍ ଦ୍ୱରା ଶୀଘ୍ର ଅକ୍ସିଜେନ୍ ପଠାଯାଉ ବୋଲି ହସ୍ପିୀଟାଲ ତରଫରୁ ଦିଲ୍ଲୀ ସରକରଙ୍କୁ ଅନୁରୋଧ କରାଯାଇଛି । ଏନେଇ ଦିଲ୍ଲୀ ସରକାର ପକ୍ଷରୁ ସକାଳ ୧୦ଟା ସୁଦ୍ଧା ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ୍ ପହଁଚା ଯାଇଥିଲା ।

ଅନ୍ୟପଟେ ମେକ୍ସ ହସ୍ପିଟାଲରେ ମଧ୍ୟ ଅକ୍ସଜେନର ଅଭାବ ଦେଖା ଦେଇଥିଲା । ଏନେଇ ଆଜି ସକାଳେ ହସ୍ପଟାଲ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ମେକ୍ସ ପକ୍ଷରୁ ଟ୍ୱିଟରେ କୁହାଯାଇ ଥିଲା କି ମେକ୍ସ୍ ସ୍ମାର୍ଟ ହସ୍ପିଟାଲରେ କିଛି ସମୟ ପାଇଁ ଅକ୍ସିଜେନର ଷ୍ଟକ୍ ରହିଛି, ଆମକୁ ଶୀଘ୍ର ଅକ୍ସିଜେନ୍ ସପ୍ଲାଇ ଦରକାର । ଏହାପରେ ମେକ୍ସ୍ ହସ୍ପିଟାଲକୁ ସକାଳ ୧୦ଟା ଭିତରେ ଅକ୍ସିଜେନ୍ ପଠାଇ ଦିଆଯାଇଥିଲା ।

Get real time updates directly on you device, subscribe now.