fbpx

ଏହି ରାଜ୍ୟରେ ବିବାହ ପୂର୍ବରୁ ଯୁବତୀମାନେ ଗର୍ଭବତୀ ହେବା ବାଧ୍ୟତାମୂଳକ, ଆସନ୍ତୁ ଜାଣିବା ଏହାର କାରଣ ବିଷୟରେ

ବିବାହକୁ ନେଇ ଅନେକ ପୁରୁଣା ପରମ୍ପରା ଆମ ସମାଜରେ ଆଜି ବି ପ୍ରଚଳିତ । ସାଧାରଣତଃ ବିବାହ ପରେ ଜଣେ ନାରୀ ମାତୃତ୍ୱର ଅଧିକାରୀଣୀ ହୋଇଥାଏ । ମାତ୍ର ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ବିବାହ ପୂର୍ବରୁ ଜଣେ ଯୁବତୀଙ୍କୁ ଗର୍ଭଧାରଣ କରିବାକୁ ପଡ଼ିଥାଏ । ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ଏକ ଛୋଟ ଟାଉନ୍ ଟୋଟୋପଡ଼ାରେ ଏହି ପ୍ରଥା ରହିଛି । ଏଠାରେ ଝିଅମାନେ ବିବାହ ପୂର୍ବରୁ ମା’ ହେବା ପରମ୍ପରା ରହିଛି ।

ଜଲପାଇଗୁଡ଼ି ଅଞ୍ଚଳରେ ଟୋଟୋ ନାମକ ଏକ ଜନଜାତିର ଲୋକ ବହୁବର୍ଷ ଧରି ବାସ କରିଆସୁଛନ୍ତି । ଏମାନଙ୍କର ନିୟମକାନୁନ ଅନ୍ୟମାନଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା । ଏହି ଜାତିର ଜଣେ ଯୁବକ ନିଜ ମନ ପସନ୍ଦର ଝିଅକୁ ନେଇ ଫେରାର ହେବା ସହ ଶାରୀରିକ ସମ୍ପର୍କ ରକ୍ଷା କରିଥାଏ । ଏହାପରେ ଯୁବତୀଟି ଗର୍ଭଧାରଣ କରିବା ପରେ ବିବାହ ପାଇଁ ଯୋଗ୍ୟା ହୋଇଥାଏ । ଝିଅଟି ଗର୍ଭବତୀ ହେବା ପରେ ଦୁଇପକ୍ଷର ପରିବାର ଲୋକେ ଦୁହିଁଙ୍କୁ ବିବାହ କରିଦିଅନ୍ତି । ଗର୍ଭବତୀ ହେବା ପରେ ହିଁ ଜଣେ ଯୁବତୀ ବିବାହ କରିବ, ଏହା ଏହି ଜାତିର ନିୟମ ଅଟେ । ବିବାହ ଛଡ଼ା ଛାଡ଼ପତ୍ରକୁ ନେଇ ମଧ୍ୟ ଏହି ଜାତିର ଅଜବ ନିୟମ ରହିଛି । ଯଦି କୌଣସି ପୁରୁଷ ବା ନାରୀ ଛାଡ଼ପତ୍ର ଦେବାକୁ ଚାହିଁବେ, ତେବେ ଏଥିପାଇଁ ଏକ ପୂଜାର ଆୟୋଜନ କରିବାକୁ ପଡ଼ିଥାଏ । ଏହି ପୂଜା କରିବାକୁ ହେଲେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ଏହି ଜାତିରେ ଛାଡ଼ପତ୍ର ମାମଲା ବହୁତ କମ୍ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.