fbpx

କରୋନା କବଳରେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର

ନୁଆଦିଲ୍ଲୀ, ୯ା୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀର ଦ୍ୱିତୀୟ ଲହର ସାଂଘାତିକ ରୁପ ନେବାରେ ଲାଗିଛି । ଏହା ପ୍ରଭାବରେ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏବେ ଦିଲ୍ଲୀ ଏମସ୍ ର ୩୫ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକାବେଳରେ ୩୫ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ସେପଟେ ଚିହ୍ନ୍ଟ ହୋଇଥିବା ସମସ୍ତ ଡାକ୍ତର କରୋନା ର ଦ୍ୱିତୀୟ ଡୋଜ୍ ଟିକା ନେଇସାରିଥିଲେ । ଏହା ପୂର୍ବରୁ ଗତକାଲି ସାର ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେଠାରେ ମଧ୍ୟ ଅଧିକାଂଶ ଡାକ୍ତର ଟିକା ନେଇ ସାରିଥିଲେ ।

ସୁଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଥରେ ଭୟାବହ ରୂପ ନେବାରେ ଲାଗିଛି । ଦିଲ୍ଲୀରେ ଏପ୍ରିଲ ୪ରେ ୪୦୩୩, ଏପ୍ରିଲ ୫ରେ ୩୫୪୮, ଏପ୍ରିଲ ୬ରେ ୫୧୦୦, ଏପ୍ରିଲ ୭ରେ ୫୫୦୬ ଓ ଏପ୍ରିଲ ୮ରେ ୭୪୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ର, ଛତିଶଗଡ, କେରଳ, ପଞ୍ଜାବ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଗୁଜୁରାଟ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟମାନଙ୍କରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ମାତ୍ରାରେ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ।

Get real time updates directly on you device, subscribe now.