“ମୁଁ ଥାଇ ତୁ ଆଉ କାହା ପାଖରେ ଶୋଇଲୁ”, ସନ୍ଦେହରୁ ହତ୍ୟା ପରେ ପୋତିଦେଲା ଶବ, ଲୋକଙ୍କୁ କହିଲା…

ମାଟି ତଳୁ କଢ଼ା ହେଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ: ସନ୍ଦେହ ସାରିଦେଲା ସବୁକିଛି। ପରିବାର ବର୍ବାଦ କରିଦେଲା ସ୍ୱାମୀର ସନ୍ଦେହ। ପର ପୁରୁଷ ସହ ସମ୍ପର୍କ ଥିବା ଭାବି ସ୍ୱାମୀ ନେଲ ଚରମ ପଦକ୍ଷେପ। ଷଡ଼ଯନ୍ତ୍ର ଆଉ ହତ୍ୟାରେ ଶେଷ ହେଲା ସ୍ୱାମୀର ସନ୍ଦେହ।

ଦିଲ୍ଲୀର ମେହରୌଲି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ୱାମୀ ସନ୍ଦେହ କରିଥିଲେ ଯେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ କାହା ସହିତ ସମ୍ପର୍କ ଅଛି।
ଇାଶ ଏହି ସନ୍ଦେହ ଯୋଗୁଁ ସେ ତାଙ୍କ ସ୍ତ୍ରୀ ସହିତ ଏପରି କିଛି କରିଥିଲେ ଯାହା ଆପଣଙ୍କ ଶୁଣିଲେ ଲୋମଟାଙ୍କୁରି ଉଠିବ।

ମହିଳାଙ୍କ ସ୍ୱାମୀ ଶାହବ ଅଲି ସନ୍ଦେହ କରିଥିଲେ ଯେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ କାହା ସହିତ ଅବୈଧ ସମ୍ପର୍କ ଅଛି।ଏହି ସନ୍ଦେହ ଯୋଗୁଁ, ଅଗଷ୍ଟ ୨ ତାରିଖରେ ସ୍ତ୍ରୀକୁ ନିଦ ବଟିକା ଦେଇଥିଲେ ଏବଂ ପରେ ବିଷାକ୍ତ ଔଷଧ ଦେଇ ହତ୍ୟା କରିଥିଲେ।

ପରେ, ତାଙ୍କ ବନ୍ଧୁ ତନବୀର ଏବଂ ଶାହରୁଖଙ୍କ ସହାୟତାରେ ସେ ୨ ରୁ ୩ ଅଗଷ୍ଟ ରାତି ମଧ୍ୟରେ ଚନ୍ଦନ ହୋଲିର ଶ୍ମଶାନରେ ସ୍ତ୍ରୀର ମୃତଦେହକୁ ପୋତି ଦେଇଥିଲେ।

ମୃତକଙ୍କ ଦୁଇଟି ସନ୍ତାନ, ଗୋଟିଏ ୧୧ ବର୍ଷର ଝିଅ ଏବଂ ଗୋଟିଏ ୫ ବର୍ଷର ପୁଅ। ଅଗଷ୍ଟ ୧୦ ତାରିଖରେ ଜଣେ ମହିଳା ମେହରୌଲି ଥାନାରେ ତାଙ୍କ ବନ୍ଧୁଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ।

ସେ ସନ୍ଦେହ କରିଥିଲେ ଯେ ତାଙ୍କ ବନ୍ଧୁଙ୍କୁ କୌଣସି ସ୍ଥାନରେ ବଳପୂର୍ବକ ଅଟକାଇ ଦିଆଯାଇଛି। ପୋଲିସ ଆଇପିସି ଧାରା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ।

ତଦନ୍ତ ସମୟରେ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଜୁଲାଇ ୩୧ ତାରିଖରେ ମହିଳାଙ୍କୁ ତାଙ୍କ ସ୍ୱାମୀ ଶାହାବ ଅଲ୍ଲୀ ଏବଂ ଅନ୍ୟ ଦୁଇ ଜଣ ବ୍ୟକ୍ତି ଏକ କାରରେ ଅଚେତ ଅବସ୍ଥାରେ ନେଉଥିଲେ।

ସନ୍ଦେହ ହେବାରୁ ପୋଲିସ ଶାହବ ଅଲ୍ଲୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହା ପରେ ହିଁ ଘଟଣା ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଥିଲା।

ମାଟି ତଳୁ କଢ଼ା ହେଲା ମହିଳାଙ୍କ ମୃତଦେହ

ଅଭିଯୁକ୍ତଙ୍କ ସୂଚନା ଆଧାରରେ, ପୋଲିସ ଏସଡିଏମଙ୍କ ଅନୁମତି ପାଇବା ପରେ ମହିଳାଙ୍କ ମୃତଦେହ କବରରୁ ବାହାର କରିଥିଲା। ମୁଖ୍ୟ ଅଭିଯୁକ୍ତ ଶାହବ ଅଲ୍ଲୀ (୪୭) ବୃତ୍ତିରେ ଜଣେ ଚିତ୍ରକର ତାଙ୍କ ଘର ୟୁପିର ଆମରୋହା ଜିଲ୍ଲାର।

ତାଙ୍କ ସହଯୋଗୀଙ୍କ ମଧ୍ୟରେ ଅଛନ୍ତି ଚନ୍ଦନହୌଲାର ଏବଂ ଜଣେ ଇଲେକ୍ଟ୍ରିସିଆନ୍ ଶାହରୁଖ ଖାନ (୨୮) ଏବଂ ବିହାରର ଆରାରିଆ ଜିଲ୍ଲାର ଚିତ୍ରକର ତନବୀର (୨୫)।

ପୋଲିସ ଶାହରୁଖଙ୍କଠାରୁ ଅପରାଧରେ ବ୍ୟବହୃତ କାର ମଧ୍ୟ ଉଦ୍ଧାର କରିଛି। ଅନ୍ୟ ଜଣେ ଅଭିଯୁକ୍ତଙ୍କ ଖୋଜାଖୋଜି ଜାରି ରହିଛି। ପ୍ରଥମେ ଯେତେବେଳେ ଅଭିଯୁକ୍ତକୁ ଏନେଇ ପଚରାଉଚରା କରାଯାଇଥିଲା ଅଭିଯୁକ୍ତ ଏନେଇ କିଛି ଜାଣିନି ବୋଲି କହିଥିଲା।

ପୋଲିସର ପ୍ରଶ୍ନବାଣରେ ଥରହର ହୋଇ ପୋଲିସ ଆଗରେ ସବୁ ସତ ଓଗାଳି ପକାଇଥିଲେ ମହିଳାଙ୍କ ହତ୍ୟାକାରୀ ସ୍ୱାମୀ।