fbpx

ବାଜିଲା ଦିଲ୍ଲୀ ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ, ୬ା୧: ସମସ୍ତ କଳ୍ପନଜଳ୍ପନାର ଅନ୍ତ ଘଟାଇ ଶେଷରେ ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଫେବୃଆରୀ ୮ରେ ଭୋଟିଂ ହେବ । ପରେ ଫେବୃଆରୀ ୧୧ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ । ମୋଟ ୭୦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ହୋଇସାରିଛି । ଜାନୁଆରୀ ୧୪ରୁ ବିଜ୍ଞପ୍ତି ଜାରି ହେବ । ଜାନୁଆରୀ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ଭରିବେ । ସମୁଦାୟ ୧କୋଟି ୪୬ଲକ୍ଷ ଲୋକ ଭୋଟର ମତଦାନ କରିବେ । ଦିଲ୍ଲୀରେ ୨୬୮୯ ଜାଗାରେ ଭୋଟିଂ ହେବା ସାଙ୍ଗକୁ ୧୩,୭୫୦ ପୁଲିଂ ବୁଥରେ ଭୋଟିଂ ହେବ । ଏହି ନିର୍ବାଚନ ପରିଚାଳନା ପାଇଁ ୯୦ହଜାର କର୍ମଚାରୀ ନିୟୋଜିତ ହେବେ । ନିର୍ବାଚନ ତାରିଖ ଘୋଷଣା ସହିତ ନିର୍ବାଚନର ଆଚରଣ ବିଧି ମଧ୍ୟ ଆଜିଠାରୁ ଲାଗୁ ହୋଇଛି । ଦିଲ୍ଲୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।

Get real time updates directly on you device, subscribe now.