fbpx

ଦିଲ୍ଲୀରେ ଅଗ୍ନିକାଣ୍ଡ, ୯ ମୃତ

ନୂଆଦିଲ୍ଲୀ,୨୩ ।୧୨: ରାଜଧାନୀ ଦିଲ୍ଲୀର କିରାଡୀ ଅଞ୍ଚଳର ଏକ ବିଲ୍ଡିିଙ୍ଗରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । କିରାଡୀ ଭିତରେ ଥିବା ଚାରି ମହଲା ବିଲ୍ଡିିଙ୍ଗରେ ହଠାତ୍ ନିଆଁ ଲାଗିବାରୁ ୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ସର୍ଟ ସର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ଗତକାଲି ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ନିଆଁ ଲାଗିଥିଲା । ବିଲଡିଙ୍ଗର ତଳ ଗ୍ରାଉଣ୍ଡରେ ଥିବା ଗୋଦାମରେ ରବିବାର ରାତି ନିଆଁ ଲାଗିଥିଲା ଏବଂ ପରେ ସିଲିଣ୍ଡର ଫାଟିଥିଲା । ଏହି ଅଗ୍ନିକାଣ୍ଡରେ ୧୨ ଜଣ ଲୋକ ଫସିଥିବା ବେଳେ ସେଥିରୁ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତରମାନେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Get real time updates directly on you device, subscribe now.