fbpx

ଭାରତର ଦମଦାର ବିଜୟ

କଟକ, ୨୨ା୧୨(ଓଡ଼ିଶା ଭାସ୍କର): ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଆଗରେ ୩୧୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ୱେଷ୍ଟଇଣ୍ଡିଜ । ବାରବାଟୀରେ ଦିନିକିଆ ସହ ସିରିଜ ପୋଛି ନେଇଛି ଭାରତୀୟ ଟିମ୍ । ନିର୍ଣ୍ଣାୟକ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ହରାଇଛି ଭାରତ । ୩ଟିକିଆ ଦିନିକିଆ ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଛି । ଭାରତ ୩୧୬/୬ ରେ ଜିତିଛି ଭାରତ । ବାରବାଟୀରେ ୱେଷ୍ଟଇଣ୍ଡିଜ ସହ ଖେଳିଥିବା ୪ଟି ମ୍ୟାଚ ଜିତି ରେକର୍ଡ଼ ବଜାୟ ରଖିଛି ଭାରତ । ଗୋଟିଏ ବର୍ଷରେ ଓପନର ଭାବେ ସର୍ବାଧିକ ରନ କରି ୨୨ବର୍ଷର ବିଶ୍ୱ ରେକର୍ଡ଼ ଭାଙ୍ଗିଛନ୍ତି ରୋହିତ ଶର୍ମା । ସେହିପରି ବିରାଟ କୋହଲି ବ୍ୟକ୍ତିଗତ ସର୍ବାଧିକ ୮୫ରନ କରିଛନ୍ତି ।

Get real time updates directly on you device, subscribe now.