fbpx

ଦିଲ୍ଲୀ ସ୍ଥିତ କୋଚିଂ ସେଣ୍ଟରରେ ନିଆଁ, ଜୀବନ ବଞ୍ଚାଇବାକୁ ଯାଇ ଝରକାବାଟେ ଡେଇଁ ୪ ଛାତ୍ର ଆହତ

Advertisement

ନୂଆଦିଲ୍ଲୀ:ଦିଲ୍ଲୀର ମୁଖାର୍ଜୀ ନଗର ବତ୍ରା ସିନେମା ହଲ୍ ନିକଟରେ ଥିବା ଜ୍ଞାନା ବିଲ୍ଡିଂରେ ନିଆଁ ଲାଗି ଯାଇଛି । ଏହି ବିଲ୍ଡିଂରେ ବହୁ କୋଚିଂ ସେଣ୍ଟର ରହିଛି । ବିଲ୍ଡିଂରେ ନିଆଁ ଲାଗିଯିବା ପରେ ଚାରିଆଡେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀ ଝରକା ବାଟେ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ଏହି ସମୟରେ ୪ ଜଣ ଛାତ୍ର ଆହତ ହୋଇଥିବାର ଖବର ମିଳିଛି । ଏବେ ନିଆଁକୁ ଆୟତ୍ତ କରି ନିଆଯାଇଛି । ଆହତ ଛାତ୍ରଙ୍କୁ ହସ୍ପିଟାଲ୍ ନିଆଯାଇଛି ।

ଦିଲ୍ଲୀ ୟୁନିଭରସିଟି ପାଖରେ ଥିବା ଏହି ବିଲ୍ଡିଂରେ ମଧ୍ୟାହ୍ନ ୧୨ଟାରେ ନିଆଁ ଲାଗି ଯାଇଥିଲା । ଏହି ଘଟଣାର ଭିଡିଓ ବି ସାମ୍ନାକୁ ଆସିସାରିଛି । ଏଥିରେ ଦେଖିବାକୁ ମିଳୁଛି ଯେ, ବିଲ୍ଡିଂରେ ନିଆଁ ଲାଗିଯିବା ପରେ କିପରି ଛାତ୍ରମାନେ ନିଜ ଜୀବନ ବଞ୍ଚାଇବାକୁ ଝରକା ବାଟ ଦେଇ ତଳକୁ ଡେଉଁଛନ୍ତି ।
ପୋଲିସର କହିବା ଅନୁଯାୟୀ ବିଲ୍ଡିଂର ତୃତୀୟ ମହଲାରେ ଥିବା ଏକ ବିଦ୍ୟୁତ୍ ମିଟରରେ ନିଆଁ ଲାଗି ଯାଇଥିଲା । ଯଦିଓ ନିଆଁ ଏତେ ବ୍ୟାପି ନ ଥିଲା କିନ୍ତୁ ଧୂଆଁ ଉଠିବା ପରେ ଛାତ୍ରମାନେ ଭୟଭୀତ ହୋଇ ବିଲ୍ଡିଂର ପଛ ରାସ୍ତାରେ ଦୌଡିବାକୁ ଲାଗିଥିଲେ । ଏହା ବ୍ୟତିତ କିଛି ଛାତ୍ର ଦଉଡି ସାହାଯ୍ୟରେ ବିଲ୍ଡିଂରୁ ତଳକୁ ଓହ୍ଲାଇ ଥିଲେ । ଏହି ସମୟରେ ୪ ଜଣ ଛାତ୍ର ଆହତ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.