fbpx

ବଢ଼ିଲା DL-RC ଏବଂ RTO ସହ ଜଡ଼ିତ କାର୍ଯ୍ୟର ସମୟ ସୀମା, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ନୂଆଦିଲ୍ଲୀ: ବାହାନ ଚାଳକଙ୍କ ପାଇଁ ଖୁସି ଖବର । ସରକାର ଫେବୃଆରୀ ୨୦୨୦ ରୁ ନଭେମ୍ବର ୨୦୨୧ ମଧ୍ୟରେ ସମାପ୍ତ ହେବାକୁ ଥିବା ଲର୍ଣ୍ଣିଂ ଲାଇସେନ୍ସର ସମୟ ସୀମା କୁ ଏବେ ୩୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ବଢ଼ାଇଛନ୍ତି । କୋଭିଡ-୧୯କୁ ଦୃଷ୍ଟିରେ ରଖି ଡିଏଲ ଏବଂ ଭଳି କାଗଜପତ୍ର ବୈଧତାକୁ ଦୁଇ ମାସ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଲୋକଙ୍କୁ ସ୍ଥାୟୀ ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ଡ୍ରାଇଭିଙ୍ଗ ଟେଷ୍ଟ ସ୍ଲଟ ବୁକ୍ କରିବାରେ ଅସୁବିଧା ହେଉଥିଲା । ହେଲେ ଏବେ ଏହି ଆଦେଶ ପରେ ଆଉ ୨ ମାସ ପର୍ଯ୍ୟନ୍ତ  ସବୁ କାଗଜ ପତ୍ର ବୈଧ ରହିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ଏନେଇ ଦିଲ୍ଲୀ ପରିବହନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି । ଯେ କୋଭିଡ ପରିସ୍ଥିତି ଯୋଗୁଁ ଲୋକଙ୍କୁ ହେଉଥିବା ଅସୁବିଧାକୁ ଧ୍ୟାନରେ ରଖି ଲର୍ଣ୍ଣିଂ ଲାଇସେନ୍ସ ସହ ଆରସି ଏବଂ ଆରଟି ସହ ଜଡ଼ିତ କାର୍ଯ୍ୟର ବୈଧତା ୩୧ ଜାନୁଆରୀ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି ।

Get real time updates directly on you device, subscribe now.