fbpx

ଗଛ ଲଗାନ୍ତୁ: ୨୦ ହଜାର ନିବେଶରେ ମାସକୁ କମାନ୍ତୁ ୩.୫ ଲକ୍ଷ, କେନ୍ଦ୍ର ସରକାର ଦେଉଛନ୍ତି ସବସିଡି

ନୂଆଦିଲ୍ଲୀ: ଯଦି ଆପଣ ନିଜର ୯ରୁ୫ ଚାକିରିରେ ବୋର ହେଇ ଯାଇଛନ୍ତି ତେବେ ଆଜି ଆମେ ଆପଣଙ୍କ ସହିତ ଏକ ବିଜିନେସ ଆଇଡିଆ ଶେୟାର କରିବାକୁ ଯାଉଛୁ । କେବଳ ଗଛ ଲଗାଇ ଆପଣ ମାସକୁ ୩ରୁ ୩.୫ ଲକ୍ଷ ଟଙ୍କା ଆୟ କରି ପାରିବେ । ଏହା ସହିତ ମାତ୍ର ୨୦ ହଜାର ଟଙ୍କାର ନିବେଶରେ ଆପଣ ଏହି ଲାଭ ଉଠାଇ ପାରିବେ । ବୋନସାଇ ଗଛ ଲଗାଇବା ଦ୍ୱାରା ଆପଣ ଏହି ଫାଇଦା ହାସଲ କରିପାରିବେ । ଆଜିକାଲି ବୋନସାଇ ଗଛକୁ ବାସ୍ତୁ ଦୃଷ୍ଟିରୁ ଶୁଭ ବୋଲି ବିବେଚନା କରାଯାଉଛି ।

ଏହି ଗଛର ଚାଷ କରିବା ପାଇଁ ଶୁଦ୍ଧ ପାଣି, ମଟାଳ ମାଟି, ମାଟି ବା କାଚର କୁଣ୍ଡ, ୧୦୦ରୁ ୧୫୦ ବର୍ଗଫୁଟର ସେଡ୍ ଥିବା ସ୍ଥାନ, ମାଙ୍କଡା ପଥର ବା କାଚବାଟି, ପତଳା ତାର ଏବଂ ସ୍ପ୍ରେ ବଟଲ ଆବଶ୍ୟକ । ଏହି ସମସ୍ତ ଜିନିଷରେ ୫ ହଜାର ଯାଏଁ ଖର୍ଚ୍ଚ ଆସିବ । ଏହାକୁ ବଢାଇବାକୁ ଚାହିଁଲେ ୨୦ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ । ଏହି ବୋନସାଇ ଗଛ ବଢିବାକୁ ୩-୫ ବର୍ଷ ସମୟ ନେଇଥାଏ । ୩ ବର୍ଷ ପାଇଁ ଗୋଟିଏ ଗଛରେ ଆନୁମାନିକ ଭାବରେ ୨୪୦ ଟଙ୍କା ଖର୍ଚ୍ଚ ହୋଇଥାଏ । ନର୍ଥଇଷ୍ଟକୁ ଛାଡିଲେ ବାକି ସମସ୍ତ ରାଜ୍ୟରେ ୫୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି । ଏହି ସବସିଡିର ୬୦ ପ୍ରତିଶତ କେନ୍ଦ୍ର ସରକାର ଏବଂ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରନ୍ତି ।

ଏକ ହେକ୍ଟର ଜମିରେ ପ୍ରାୟ ୧୫୦୦ରୁ ୨୫୦୦ ଗଛ ଲଗାଯାଇପାରିବ । ପ୍ରତି ୨.୫ ମିଟର ଦୂରତାରେ ଗୋଟିଏ ଗଛ ଲଗା ଯାଉଥିବାରୁ ଏହା ମଝିରେ ଅନ୍ୟ ଫସଲ ମଧ୍ୟ ଚାଷ କରାଯାଇପାରିବ । ୩-୪ ବର୍ଷ ମଧ୍ୟରେ ଏହି ଗଛ ବିକ୍ରିରୁ ପ୍ରାୟ ୩ରୁ ୩.୫ ଲକ୍ଷ ଟଙ୍କା ଆୟ କରିହେବ । ଏହା ସହିତ ବିକ୍ରି ଗଛ ସ୍ଥାନରେ ନୂତନ ଗଛ ଲଗାଯାଇ ପାରିବ ।

Get real time updates directly on you device, subscribe now.