fbpx
BSKY SKY
BSKY SKY

ବିଜେପି ବିଧାୟକଙ୍କ ମାରିବାକୁ ଚାଲିଥିଲା ପ୍ଲାନିଂ, ଭୁଲରେ କଂଗ୍ରେସ ନେତାଙ୍କର ହୋଇଗଲା ଭିଡିଓ; ଦେଖନ୍ତୁ Viral Video

BSKY

ନୂଆଦିଲ୍ଲୀ : କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ କଂଗ୍ରେସ ନେତା ବିଜେପି ବିଧାୟକଙ୍କୁ ହତ୍ୟା କରିବାର ଯୋଜନା ବିଷୟରେ କହୁଥିବାର ଦେଖିବାକୁ ମିଳିଛି । କଂଗ୍ରେସ ନେତାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ନେତା ଶତ୍ରୁତା କାରଣରୁ ବିଜେପି ବିଧାୟକଙ୍କୁ ହତ୍ୟା କରିବାକୁ କହୁଥିବା ଦେଖିବାକୁ ମିଳିଛି ।

ତେବେ ଭିଡିଓରେ ଦେଖିବାକୁ ମିଳୁଥିବା କଂଗ୍ରେସ ନେତାଙ୍କ ନାଁ ଗୋପାଳକୃଷ୍ଣ । ଭିଡିଓରେ ଗୋପାଳକୃଷ୍ଣ ବିଜେପିର କର୍ଣ୍ଣାଟକ ବିଧାୟକ ଏସ.ଆର ବିଶ୍ୱନାଥଙ୍କୁ ‘ହତ୍ୟା’ ଓ ‘ଶେଷ’ କରିବା କଥା କହୁଥିବାର ଦେଖିବାକୁ ମିଳିବ । ଭିଡିଓ କ୍ଲିପ୍ରେ ଗୋପାଳକୃଷ୍ଣ କର୍ଣ୍ଣାଟକର ୟେଲାହାଂକାର ବିଜେପି ବିଧାୟକ ବିଶ୍ୱନାଥଙ୍କ ହତ୍ୟା ଯୋଜନା କରିଥିବା ସ୍ପଷ୍ଟ ହୋଇଛି । ୩ ମିନିଟର ଏହି ଭିଡିଓରେ ଗୋପାଳକୃଷ୍ଣ ଅନ୍ୟ କଂଗ୍ରେସ ନେତାଙ୍କ ସହିତ କଥା ବାର୍ତ୍ତା ହେବା ସହିତ ହତ୍ୟା ଯୋଜନା କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ଏହି ଭିଡିଓ କେଉଁ ସମୟର ବୋଲି ଜାଣିବାକୁ ପୋଲିସ ଛାନେଭିନ୍ ଜାରି ରଖିଛି । ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.