fbpx
BSKY SKY
BSKY SKY

ବିଜେପି ମନ୍ତ୍ରୀଙ୍କୁ ଅଟକାଇଲେ ପୋଲିସ ବାବୁ: ମିଳିଲା ଟ୍ରାନ୍ସଫର ଧମକ, ଦେଖନ୍ତୁ ଭାଇରାଲ ଭିଡିଓ

BSKY

ନୂଆଦିଲ୍ଲୀ: ଜଣେ ପୋଲିସ ଅଧିକାରୀଙ୍କୁ ଟ୍ରାନ୍ସଫରର ଧମକ ଦେଇଛନ୍ତି ବିଜେପି ମନ୍ତ୍ରୀ । ପୋଲିସ ବାବୁଙ୍କର ଭୁଲ ଏତିକି ଯେ, ସେ ମନ୍ତ୍ରୀଙ୍କ କାର ଅଟକାଇ ଦେଇଥିଲେ । ପୋଲିସ ଏସପି ଓ ମାଜିଷ୍ଟ୍ରେଟ ଯାଉଥିବା କାରଣରୁ ମନ୍ତ୍ରୀଙ୍କ ଗାଡି ରୋକି ଦେଇଥିଲେ । ଏହି ଘଟଣାରେ କିନ୍ତୁ ଉତକ୍ଷିପ୍ତ ହୋଇ ପଡିଥିଲେ ମନ୍ତ୍ରୀ । ମନ୍ତ୍ରୀ କହିଥିଲେ ମୁଁ ସରକାର, ମୋତେ ଅଟକାଇବାର ଦୁଃସାହସ କରିଥିବାରୁ ମୁଁ ତୁମକୁ ସସପେଣ୍ଡ କରିବି । ଏମିତି ଏକ ଘଟଣା ବିହାର ବିଧାନସଭା ସାମ୍ନାରେ ଘଟିଥିବା ବେଳେ ଏହାର ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ବିହାର ବିଧାନସଭାର ଶୀତକାଳୀନ ଅଧିବେଶନ ଜାରି ରହିଥିବା ବେଳେ ମନ୍ତ୍ରୀ ଜୀବେଶ ମିଶ୍ରଙ୍କ କାର ଗେଟରେ ଆସୁଥିଲା । ମନ୍ତ୍ରୀଙ୍କ କାରକୁ ଅଟକାଇବା ସହିତ ଟ୍ରାଫିକ୍ ପୋଲିସ ଜଣକ ଏସପି ଓ ଡିଏମଙ୍କ କାର ଯିବାକୁ ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମନ୍ତ୍ରୀ କାରରୁ ଓହ୍ଲାଇ ହଙ୍ଗାମା କରିଥିଲେ । ମୁଁ ଜଣେ ମନ୍ତ୍ରୀ, ଛାର ଏସପି ଓ ଡିଏମଙ୍କ ପାଇଁ ମୋତେ ଅପେକ୍ଷା କରାଇଥିବାରୁ ତୁମର ଟ୍ରାନ୍ସଫର ନହେବା ଯାଏଁ ମୁଁ ସଦନରେ ପ୍ରବେଶ କରିବି ନାହିଁ ବୋଲି କହିଥିଲେ ଜୀବେଶ । ଏହି ଭିଡିଓଟି ଭାଇରାଲ ହେବା ପରେ ଜୀବେଶ ମିଶ୍ରଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଛି । ଦେଖନ୍ତୁ ଭିଡିଓ

Get real time updates directly on you device, subscribe now.