fbpx

ପୁଣି ବିଦା ହେଲେ ଆଉ ୪ ସରକାରୀ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ନିଆଯାଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ୪ ସରକାରୀ ବାବୁଙ୍କୁ ଚାକିରିରୁ ବିଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣଙ୍କୁ ବହିଷ୍କୃତ କରାଯାଇଛି । ସମ୍ବଲପୁର ପୌର ନିଗମ କମ୍ୟୁନିଟି ଅର୍ଗାନାଇଜର ଲଳିତା କପୁରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ବେଲପାହାଡ଼ ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଝାରସୁଗୁଡ଼ା ପୂର୍ବତନ ପୌର ଅଧିକାରୀ ରାମଚନ୍ଦ୍ର ପ୍ରଧାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପୁରୀ ଜିଲ୍ଲା ବେତାଲ ଆରଆଇ ମନୋଜ ପରିଡ଼ାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଏହା ସହିତ ୨ ଜଣ ପୂର୍ବତନ ଅଧିକାରୀଙ୍କ ପେନସନକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ବଲାଙ୍ଗିରର ପୂର୍ବତନ ଅତିରିକ୍ତ ଏସପି ଶ୍ରୀକାନ୍ତ ମିଶ୍ରଙ୍କ ପେନସନ୍ ବନ୍ଦ କରିଦିଆଯାଇଛି । ଗଞ୍ଜାମ ବେଲଗୁଣ୍ଠା ବ୍ଲକର ପୂର୍ବତନ ଏଏଫଓ ଉଦୟନାଥଙ୍କ ପେନସନକୁ ବି ବନ୍ଦ କରିଦିଆଯାଇଛି । ଫେସବୁକ ପେଜରେ ୪ ଜଣଙ୍କର ବିରୋଧରେ ପ୍ରତିକୂଳ ମତାମତ ଦେଇଥିଲେ ଲୋକେ । ଲୋକଙ୍କର ମତାମତ ଆଧାରରେ କାର୍ଯ୍ୟାନୁଷ୍ଠାନ ଦେଇଛନ୍ତି ରାଜ୍ୟ ସରକାର । ଉଭୟଙ୍କ ନାଁରେ ଦୁର୍ନୀତି ପ୍ରମାଣିତ ହେବା ପରେ ପଦକ୍ଷେପ ନିଆଯାଇଛି । ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏଯାଏଁ ରାଜ୍ୟରେ ୧୪୦ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲାଣି ।

 

Get real time updates directly on you device, subscribe now.