fbpx

ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ନୂଆଦିଲ୍ଲୀ: ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ୧୨ ଘଣ୍ଟାରେ ଏହା ଅବପାତ ଓ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି । ପାଣିପାଗ କେନ୍ଦ୍ର ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ବାତ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଆଇଏମଡି ଡିଜି ଓ ଏନଡିଆରଏଫଡ ଡିଜିଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଓଡ଼ିଶା ଓ ଆନ୍ଧ୍ର ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ନେଇ ମୋଦୀ ସମୀକ୍ଷା କରିଛନ୍ତି । ପ୍ରଭାବ ଓ ମୁକାବିଲା ନେଇ ସେ ଆଲୋଚନା କରିଛନ୍ତି । ଏଥିରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ସାମିଲ ରହିଥିଲେ ।

Get real time updates directly on you device, subscribe now.