fbpx

ରାଜଧାନୀରେ କାଲିଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍କୁଲ ବନ୍ଦ; ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ଯୋଗୁଁ ପୁଣି ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଛି । କେଜରିୱାଲ ସରକାରଙ୍କ ଏହି ଆଦେଶ ଶୁକ୍ରବାର ଅର୍ଥାତ୍ ଆସନ୍ତାକାଲିଠାରୁ ଲାଗୁ ହେବ । ଦିଲ୍ଲୀ-ଏନସିଆରରେ ଗତ ମାସରେ ପ୍ରଦୂଷଣ ସ୍ତର ଲଗାତାର ବଢ଼ିବାରେ ଲାଗିଛି । ଆଜି ବି ଅନେକ ସ୍ଥାନରେ ପ୍ରଦୂଷଣ ସ୍ତର ଅଧିକ ରହିଛି । ଦିଲ୍ଲୀ-ଏନସିଆରର କିଛି ଅଞ୍ଚଳରେ ଏହି ସ୍ତର ୬୦୦ ଅତିକ୍ରମ କରିଛି ।

ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଲଗାତାର ଶୁଣାଣି କରୁଛନ୍ତି । କୋର୍ଟ ଗୁରୁବାର ଦିନ ମଧ୍ୟ ଶୁଣାଣି କରିଛନ୍ତି, ଯେଉଁଥିରେ ସ୍କୁଲ ଖୋଲିବାର ପ୍ରସଙ୍ଗ ଉଠିଥିଲା । ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କରିବା ସହ ପ୍ରଦୂଷଣରେ କାହିଁକି ସ୍କୁଲ ଖୋଲିଲ ବୋଲି ପ୍ରଶ୍ନ କରିଥିଲେ । ବଡ଼ ଲୋକମାନେ ଘରେ କାମ କରୁଛନ୍ତି, କିନ୍ତୁ ପିଲାମାନେ କାହିଁକି ସ୍କୁଲ ଆସୁଛନ୍ତି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଦିଲ୍ଲୀ ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.