fbpx

୬୭ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେଲା ସୋରିଷ ତେଲ, ଜାଣନ୍ତୁ ଏବେ କେତେ ରେଟରେ ମିଳିବ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ପରି ଖାଇବା ତେଲର ଦରଦାମ୍ ବଢ଼ିବାରେ ଲାଗିଛି, ଯାହାକି ସାଧାରଣ ଲୋକଙ୍କ ପକେଟରେ ସିଧା ପ୍ରଭାବ ପକାଇଛି । ଏବେ ସୋରିଷ ତେଲର ଦାମ୍ ଆକାଶଛୁଆଁ ହେବାରେ ଲାଗିଲାଣି । କିଛି ଦିନ ମଧ୍ୟରେ ସୋରିଷ ତେଲର ମୂଲ୍ୟରେ ଦ୍ରୁତ ବୃଦ୍ଧି ହୋଇଛି । ଦେଶର ଅନେକ ରାଜ୍ୟରେ ସୋରିଷ ତେଲର ମୂଲ୍ୟ ଲିଟର ପିଛା ୨୦୦ ଟଙ୍କା ଅତିକ୍ରମ କରିଛି । ଗତ ଏକ ବର୍ଷ ମଧ୍ୟରେ ସୋରିଷ ତେଲର ମୂଲ୍ୟ ୭୦ରୁ ୮୦ % ମହଙ୍ଗା ହୋଇଛି ।

୧ ଡିସେମ୍ବର ୨୦୨୦ ରେ ଦେଶର ରାଜଧାନୀ ଦିଲ୍ଲୀରେ ସୋରିଷ ତେଲର ମୂଲ୍ୟ ଲିଟର ପିଛା ୧୩୬ ଟଙ୍କା ଥିଲା । ଏହା ସହିତ ଡିସେମ୍ବର ୨୦୨୧ ରେ ଦିଲ୍ଲୀରେ ସୋରିଷ ତେଲ ଲିଟର ପିଛା ୨୦୩ ଟଙ୍କାରେ ପହଞ୍ଚିଛି । ମୂଲ୍ୟରେ ୭୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ଏକ ବର୍ଷରେ ଲିଟର ପିଛା ମୂଲ୍ୟ ୬୭ ଟଙ୍କା ବୃଦ୍ଧି ପାଇଛି ।

ଏହାପୂର୍ବରୁ ସୋରିଷ ତେଲର ମୂଲ୍ୟ ୨୦୧୯ ରୁ ୨୦୨୦ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ପାଇଥିଲା । ସୋରିଷ ତେଲର ମୂଲ୍ୟ ବୃଦ୍ଧି ଯୋଗୁଁ ଖାଇବା ପ୍ଲେଟ ଉପରେ ପ୍ରଭାବ ପକାଇଛି । ମୂଲ୍ୟ ବୃଦ୍ଧି ଯୋଗୁଁ ଅନେକ ପରିବାର ସୋରିଷ ତେଲର ବ୍ୟବହାରକୁ ହ୍ରାସ କରିଛନ୍ତି ।

Get real time updates directly on you device, subscribe now.