fbpx

ଆମେରିକୀୟ ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁଶାଇଲେ ଭିନ୍ନ ଦଣ୍ଡ, ବାଣ୍ଟିବାକୁ ହେବ ୨୦୦ ସାନିଟାଇଜର

ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଜଣେ ଅଭିଯୁକ୍ତଙ୍କୁ ଏକ ଭିନ୍ନ ଦଣ୍ଡ ଶୁଣାଇଛନ୍ତି । ଦିଲ୍ଲୀରୁ ଚିକାଗୋ ଯାତ୍ରା କରୁଥିବା ଏହି ଆମେରିକୀୟ ବ୍ୟକ୍ତିଙ୍କୁ ପୋଲିସ ଏୟାରପୋର୍ଟରୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ପାଖରୁ ଦସ୍ତାବେଜବିହୀନ କାରତୁସ ଜବତ ହୋଇଥିଲା । ଯାହାପରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ଆଉ କୋର୍ଟ ଆରୋପୀଙ୍କୁ ଦଣ୍ଡ ଭାବରେ ୨୦୦ ଛାତ୍ରଙ୍କୁ ସାନିଟାଇଜର ଏବଂ ମଶା ଔଷଧ ବାଣ୍ଟିିବାକୁ ଆଦେଶ ଦେଇଥିଲେ ।

ଅବୈଧ ଭାବରେ କାରତୁସ (ଜୀବନ୍ତ ଗୁଳି) ଜବତ ହେବାଯୋଗୁଁ ଆମେରିକୀୟ ନାଗରିକଙ୍କ ବିରୋଧରେ ଅସ୍ତ୍ର ଅଧିନିୟମ ଉଲ୍ଲଘଂନରେ ଏଫଆଇଆର ରୁଜୁ ହୋଇଥିଲା । ଅଭିଯୁକ୍ତ କହିଥିଲେ ଯେ ଏହି କାରତୁସ ଭୁଲବସତଃ ନେଇଆସିଛନ୍ତି । ଯାହାପରେ ବିଚାରପତି ଜସମୀତ ସିଂହ ନିଜ ଆଦେଶରେ କହିଛନ୍ତି ଯେ ବ୍ୟକ୍ତିଙ୍କ ଏହି ଭୁଲ୍ ଯୋଗୁଁ ପୋଲିସର ସମୟ ନଷ୍ଟ ହୋଇଛି । ଏଥିପାଇଁ ଏବେ ତାଙ୍କୁ ସମାଜ ପାଇଁ କିଛି ଭଲ କରିବାକୁ ହେବ । କୋର୍ଟ ଦଣ୍ଡ ଶୁଣାଇବା ସହ ଏଫଆଇଆର ରଦ୍ଧ କରିଛନ୍ତି ।

କୋର୍ଟ ଆଦେଶ ଦେଇଥିଲେ ଯେ ବ୍ୟକ୍ତିଙ୍କୁ ସରକାରୀ ସ୍କୁଲରେ ୨୦୦ ଛାତ୍ରଙ୍କୁ ସାନିଟାଇଜର ଏବଂ ମଶା ଔଷଧ ବାଣ୍ଟିବାକୁ ହେବ । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ ସ୍କୁଲ ଗୁଡ଼ିକର ଯାଞ୍ଚ କରାଯିବ ଏବଂ ଏକ ସପ୍ତାହ ମଧ୍ୟରେ କିଟ୍ ବିତରଣ କରାଯିବ ।

Get real time updates directly on you device, subscribe now.