fbpx

ନୀତି ଆୟୋଗ କାର୍ଯ୍ୟାଳୟ ସିଲ୍

ନୂଆଦିଲ୍ଲୀ, ୨୮ା୪: ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ୨ଦିନ ପାଇଁ ନୀତି ଆୟୋଗ ବିଲ୍ଡିଂକୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି । ସେଠାରେ ଜଣେ ଅଧିକାରୀଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ପରେ ଏହିପରି ପଦକ୍ଷେପ ନିଆଯାଇଛି । ଏହାସହ ସେଠାରେ ଡିସ୍ ଇନଫେକ୍ସନ ଓ ସାନୀଟାଇଜ କରାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ କରୋନାରେ ଦେଶରେ୯୩୪ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪୩୫କୁ ବୃଦ୍ଧି ପାଇଛି । କରୋନାରେ ୬୮୬୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୧ହଜାର ୬୩୨ଜଣ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅଛନ୍ତି । ଯେହେତୁ ଦେଶରେ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତେବେ କରୋନା ସତର୍କତାକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.