fbpx

ସଂସଦ ଭବନରେ କରୋନା ବିସ୍ଫୋରଣ, ୪୦୦ କର୍ମଚାରୀ କୋଭିଡ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ: ସଂସଦ ଭବନରେ କରୋନା ବିସ୍ଫୋରଣ। ଏକାଥରକେ ୪୦୦ କର୍ମଚାରୀ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି । ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ସମେତ ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେଥିରୁ ୪୦୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଥିବାର। ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ କହର ସୃଷ୍ଟି କରିଥିଲା ବେଳେ ବର୍ତ୍ତମାନ ସଂସଦ ଭବନ ଏତେ ସଂଖ୍ୟାକ ସଂକ୍ରମିତ ହେବ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମିତ ହୋଇଥିବା ସମସ୍ତ କର୍ମଚାରୀ ଚିକିତ୍ସା ଆରମ୍ଭ ହୋଇଛି। ସେମାନଙ୍କ ଠାରେ କୋଭିଡ଼ ସାମନ୍ୟତମ ଲକ୍ଷଣ ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରିବା ନେବା ପାଇଁ ସୂଚନା ଦିଆଯାଇଛି। ଏଥି ସହିତ ଟେଷ୍ଟିଂ ଓ ଟ୍ରାକିଂ ଜୋର ଦାର କରାଯାଇଥିବା ଜଣାଡ଼ିଛି।  ପ୍ରଶାସନ ପକ୍ଷରୁ ସଂସଦ ଭବନରେ ପରିସରକୁ ବିଶୋଧନ କରାଯାଇଛି।

Get real time updates directly on you device, subscribe now.