fbpx
BJD SKY
BJD SKY

ଦିଲ୍ଲୀବାସୀଙ୍କ ପାଟିରେ ଲାଗିଲା ସନି ଲିଓନି ଓ ମିଆଁ ଖଲିଫାଙ୍କ ସ୍ୱାଦ

BJD

ନୂଆଦିଲ୍ଲୀ: ଭାରତ ହେଉଛି ବିବିଧତାର ଦେଶ । ଏଠାକାର ବ୍ୟଞ୍ଜନର ଚାହିଦା ବିଦେଶ ପର୍ଯ୍ୟନ୍ତ ଲମ୍ବିଛି । ଦେଶରେ ବିଭିନ୍ନ ଜାତିର ଲୋକ ରହୁଥିବାରୁ ସେମାନେ ନିଜ ନିଜ ପରମ୍ପରା ଅନୁସାରେ ଖାଦ୍ୟ ପ୍ରସ୍ତୁତ କରନ୍ତି । ତେଣୁ ବିଭିନ୍ନ ପ୍ରାନ୍ତରେ ମିଳୁଥିବା ଖାଦ୍ୟର ନାମକରଣ ମଧ୍ୟ ମଜାଦାର୍ ଢ଼ଙ୍ଗାରେ ରଖାଯାଇଥାଏ । ଯାହା ଲୋକଙ୍କ ଧ୍ୟାନ ଆକର୍ଷଣ କରେ । ତେବେ ବର୍ତ୍ତମାନ ପୁଣି ସେହିଭଳି କିଛି ଖାଦ୍ୟର ଉଦ୍ଭାବନ ହୋଇଛି ଯାହା ଏବେ ଚର୍ଚ୍ଚାରେ ରହିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ କିଛି ଖାଦ୍ୟର ନାମ ଏପରି ରଖାଯାଇଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଲୋକଙ୍କ ମନକୁ କିଣିବା ଭଳି ଖାଦ୍ୟର ଦାମ ରଖାଯାଇଛି ଦିଲ୍ଲୀର ଏହି ରେଷ୍ଟୁରାଣ୍ଟରେ । ଏହି ଖାଦ୍ୟ ମଧ୍ୟରୁ ଦୁଇଟି ଖାଦ୍ୟର ନାମ ପୂର୍ବ ପର୍ଣ୍ଣ ଷ୍ଟାର ସନ୍ନି ଲିଓନି ଓ ମିୟା ଖଲୀଫାଙ୍କ ନାମରେ ରଖାଯାଇଛି । ଦିଲ୍ଲୀରେ ବୀର ଜୀ ମଲାଇ ନାମକ ଏକ ରେଷ୍ଟୁରାଣ୍ଟରେ ମିଳୁଥିବା “ସନ୍ନି ଲିଓନି ଚପ୍” ଏବଂ “ମିୟା ଖଲୀଫା ଚପ୍” ଲୋକଙ୍କ ପ୍ରଥମ ପସନ୍ଦ ପାଲିଟିଛି ।

ଏହା ବ୍ୟତୀତ ଏଠାରେ ବେବି ଡଲ୍ ଚପ୍ ର ଚାହିଦା ମଧ୍ୟ ଖୁବ୍ ରହିଛି । ତେବେ ଏହି ବେବି ଡଲ୍ ଚପ୍ କୁ ସନ୍ନି ଲିଓନି ଙ୍କ ରାଗିନି ଏମଏମଏସ୍ ଫିଲ୍ମର ଗୀତରୁ ରଖାଯାଇଛି । ଏହି ରେଷ୍ଟୁରାଣ୍ଟ ସମ୍ପର୍କରେ ପେଟିଏମ୍ ଆପ୍ ର ସିଇଓ ବିଜୟ ଶେଖର ସେୟାର କରିଥିବା ବେଳେ ଏହାର ମେନୁ ଲିଷ୍ଟ ଏବେ ଚର୍ଚ୍ଚାରେ ରହିଛି । ଏହାକୁ କିଛି ଲୋକ ପସନ୍ଦ କରୁଛନ୍ତି ତ ଆଉ କିଛି ଏହାକୁ ମହିଳାଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ।

Get real time updates directly on you device, subscribe now.