fbpx

ସର୍ବକନିଷ୍ଠ ଖେଳାଳି ଭାବରେ ଶେଫାଳିଙ୍କ ରେକର୍ଡ

ବ୍ରିଷ୍ଟଲ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା ଦଳର ଖେଳାଳି ଶେଫାଳି ବର୍ମା ରବିବାର ଇଂଲଣ୍ଡ ବିପକ୍ଷରେ ନିଜର ଦିନିକକିଆ ପଦାର୍ପଣ କରିଛନ୍ତି । ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବରେ ୩ଟି ଯାକ ଫର୍ମାଟରେ ପଦାର୍ପଣ କରିବାର ରେକର୍ଡ ଶେଫାଳି ନିଜ ନାମରେ କରିଛନ୍ତି । ଭାରତର ସର୍ବକନିଷ୍ଠ ଖେଳାଳି ଶେଫାଳି ବିଶ୍ୱର ୫ମ ସର୍ବକନିଷ୍ଠ ଖେଳାଳିର ମାନ୍ୟତା ହାସଲ କରିଛନ୍ତି । ଭାରତୀୟ ଟେଷ୍ଟ ଦଳର ଅଧିନାୟିକା ମିଥାଲି ରାଜଙ୍କ ଠାରୁ ନିଜର ପଦାର୍ପଣ କ୍ୟାପ୍ ଗ୍ରହଣ କରିଥିଲେ ଶେଫାଳି ।

୧୭ ବର୍ଷ ୧୫୦ ଦିନରେ ଶେଫାଳି ପଦାର୍ପଣ କରିଥିବା ବେଳେ ଭାରତୀୟଙ୍କ ମଧ୍ୟରେ ଏହା ସର୍ବନିମ୍ନ ରହିଛି । ଆଫଗାନିସ୍ତାନର ମୁଜିବ୍ ଉର ରେହମାନ ୧୭ ବର୍ଷ ୭୮ ଦିନ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟ ଖେଳାଳିଙ୍କ ମଧ୍ଗୟରେ ଇଂଲଣ୍ଡର ସାରା ଟେଲର( ୧୭ ବର୍ଷ ୮୬ ଦିନ), ଅଷ୍ଟ୍ରେଲିଆର ଏଲିସ୍ ପେରୀ(୧୭ ବର୍ଷ ୧୦୪ ଦିନ) ଏବଂ ପାକିସ୍ତାନର ମହମ୍ମଦ ଆମିର୍ (୧୭ ବର୍ଷ ୧୦୮ ଦିନ) ଏହି ତାଲିକାରେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ମହିଳା ଟି-୨୦ରେ ବିଶ୍ୱର ଏକ ନମ୍ବର ଖେଳାଳି ରହିଥିବା ଶେଫାଳି ୨୨ଟି ଟି-୨୦ରୁ ୬୧୭ ରନ୍ ସଂଗ୍ରହ କରିଛନ୍ତି । ଏକ ସପ୍ତାହ ତଳେ ଟେଷ୍ଟ ପଦାର୍ପଣ କରିବା ସହିତ ଦୁଇଟି ଇନିଂସରେ ୯୬ ଓ ୬୩ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ତେବେ ଦିନକିଆ ପଦାର୍ପଣରେ ଶେଫାଳି ଏତେଟା ସଫଳ ହୋଇନାହାନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଶେଫାଳି ୧୪ଟି ବଲ୍ ଖେଳି ୧୫ ରନ୍ କରି ଆଉଟ ହୋଇଥିଲେ ।

Get real time updates directly on you device, subscribe now.