fbpx

ଜାମିଆ ହିଂସା: ସିସିଟିଭି ଆଧାରରେ ୧୦ ଗିରଫ

ନୂଆଦିଲ୍ଲୀ,୧୭ ।୧୨: ଜାମିଆ ବିଶ୍ୱବିଦ୍ୟାଳୟର ବାହାରେ ଗତ ୧୫ ଡିସେମ୍ବରରେ ହୋଇଥିଲା ହିଂସାକାଣ୍ଡ । ଏହି ହିଂସାକାଣ୍ଡ ମାମଲାରେ ସମ୍ପୃକ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ତେବେ ଦିଲ୍ଲୀ ପୋଲିସର କହିବା ମୁତାବକ, ‘ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁରେ ଅପରାଧିକ ରେକର୍ଡ ଥିବା ବେଳେ ସେମାନେ କୌଣସି ଛାତ୍ର ନଥିଲେ । ସିସିଟିଭି ଫୁଟେଜ ଆଧାରରେ ଏହି ସନ୍ଦିଗ୍ଧ ଯୁବକମାନଙ୍କୁ ଗିରଫ କରାଯାଇଛି ।’

ଉଲ୍ଲେଖଯୋଗ୍ୟ ଯେ,ରବିବାର ଦିନ ଜାମିଆ ଛାତ୍ରଛାତ୍ରୀମାନେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ବିକ୍ଷୋଭକାରୀ ମାନେ ୩ଟି ବସ ଓ ଅନ୍ୟ ଗାଡ଼ିରେ ନିଆଁ ସଂଯୋଗ କରିଥିଲେ । ଜାମିଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲା ପୋଲିସ । ତେବେ ବିବାଦ ବଢ଼ିବାରୁ ସମସ୍ତଙ୍କୁ ରାତି ୩.୩୦ରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା । ଏହି ହିଂସାରେ ପୋଲିସ ବିଭାଗର ୧୦ ଜଣ ଓ ଦମକଳବାହିନୀର ୨ ଜଣ କର୍ମଚାରୀ ଆହତ ହୋଇଥିଲେ ।

Get real time updates directly on you device, subscribe now.