fbpx
BSKY
BJD MC SKY
BJD MS SKY

ରାଜଧାନୀରେ ପ୍ରତି ଶନିବାର ହେବ ପୋଲିସର ଜନଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ନୂଆ କମିଶନର ବାଲାଜୀ ଶ୍ରୀବାସ୍ତବ ରାଜଧାନୀରେ କ୍ରାଇମ କଣ୍ଟ୍ରୋଲ ପାଇଁ ଏକ ନୂଆ ଯୋଜନା କରିଛନ୍ତି । ଏହି ନୂଆ ଯୋଜନା ଅନୁଯାୟୀ ପ୍ରତି ଶନିବାର ସନ୍ଧ୍ୟା ୪ଟା ରୁ ୬ଟା ପର୍ଯ୍ୟନ୍ତ ସବୁ ପୋଲିସ୍ ଥାନାରେ ଜନଶୁଣାଣି କ୍ୟାମ୍ପ କରାଯିବ ।

ସୂଚନା ଅନୁଯାୟୀ ବାଲାଜୀ ଶ୍ରୀବାସ୍ତବ ଏସଏନ ଶ୍ରୀବାସ୍ତବଙ୍କ ସ୍ଥାନରେ ନୂଆ କମିଶନର ଭାବେ ଅତିରିକ୍ତ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଏହା ପୂର୍ବରୁ ସେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ଭିଜିଲାନ୍ସ ପଦରେ ନିଯୁକ୍ତ ଥିଲେ । ବାଲାଜୀ ଶ୍ରୀବାସ୍ତବଙ୍କ ଏହି ନିଷ୍ପତ୍ତି ଦ୍ୱାରା ଜନତାଙ୍କ ଅଭିଯୋଗର ତ୍ୱରିତ ସମାଧାନ ହୋଇପାରିବ ।

ତେବେ ଦିଲ୍ଲୀରେ ବଢ଼ୁଥିବା ଅପରାଧ, ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ପୋଲିସ କର୍ମୀଙ୍କ କଲ୍ୟାଣ, ଆତଙ୍କବାଦ ବିରୋଧୀ ଯୋଜନା ଆରମ୍ଭ କରିବା ଏବଂ ଜିଲ୍ଲା ସ୍ତରରେ ଅଭିଯୋଗ ନିବାରଣ କରିବାକୁ ସେ ପ୍ରାଥମିକତା ଦେଇଛନ୍ତି । ଏହା ସହ କୋଭିଡ ନିୟମ ପାଳନ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଏହି ଅଭିଯାନ ଦ୍ୱାରା ଦିଲ୍ଲୀରେ ଅପରାଧ ନିୟନ୍ତ୍ରିତ ହୋଇ ପାରିବ ବୋଲି ବାଲାଜୀ କହିଛନ୍ତି ।

Get real time updates directly on you device, subscribe now.