fbpx

ପୁଣି ଜେରା ହେବେ ଜ୍ୟାକଲିନ: ଉତ୍ତରରେ ଅସନ୍ତୋଷ ଥିଲେ ଦିଲ୍ଲୀ ପୋଲିସ, କାଲି ନୋରାଙ୍କ ପାଳି

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଙ୍ଗ ମାମଲାରେ ଆଜି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ଜେରା କରିଛି EOW । କିନ୍ତୁ ଜ୍ୟାକଲିନଙ୍କ ଉତ୍ତରରେ ଅଧିକାରୀମାନେ ଅସନ୍ତୋଷ ଜାହିର କରିଛନ୍ତି । ସବୁ ଉତ୍ତର ଭିତରେ କିଛି ନା କିଛି କିନ୍ତୁ ରହିଯାଇଥିବା ଅଧିକାରୀମାନେ ସନ୍ଦେହ କରିଛନ୍ତି । ତେଣୁ ପୁଣିଥରେ ଜ୍ୟାକଲିନଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ । ଆସନ୍ତା ସପ୍ତାହରେ ଦିଲ୍ଲୀ ପୋଲିସ ଏହି ଜେରା କରିପାରେ ।

ସମନ ଅନୁସାରେ ଆଜି EOWରେ ହାଜର ହୋଇଥିଲେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ । ସୁକେଶ ଚନ୍ଦ୍ରଶେଖର ତାଙ୍କୁ କେଉଁ ସବୁ ଗିଫ୍ଟ ଦେଇଛି ଏସବୁର ଲିଷ୍ଟ ଦେବା ପାଇଁ କହିଥିଲା EOW । କିନ୍ତୁ ଜେରା ସମୟରେ ପୁଣିଥରେ ଜ୍ୟାକଲିନ ଇମୋସନାଲ ହୋଇଥିବା ଜାଣିବାକୁ ମିଳିଛି । ଦିଲ୍ଲୀ ପୋଲିସର ଅଧିକାରୀ ଲଞ୍ଚରେ ତାଙ୍କୁ ହୋଟେଲରେ ଖାଇବା ପାଇଁ କହିଥିଲେ ଯାହାକୁ ମନା କରି ଦେଇଥିଲେ ଜ୍ୟାକଲିନ । ପରେ କର୍ମଚାରୀମାନେ ଅଫିସ କ୍ୟାଣ୍ଟିନରୁ ତାଙ୍କୁ ଖାଇବାକୁ ଦେଇଥିଲେ ।

ତେବେ ୮ ଘଣ୍ଟାର ଜେରା ପରେ ଜ୍ୟାକଲିନଙ୍କ ଜବାବରେ ଇଓଡବ୍ଲୁ ଅସନ୍ତୋଷ ଜାହିର କରିଛନ୍ତି । ତେଣୁ ତାଙ୍କୁ ଆଗାମୀ ସପ୍ତାହରେ ଆଉ ଥରେ ଜେରା କରିବା ପାଇଁ ଡକା ଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଆସନ୍ତାକାଲି ଅଭିନେତ୍ରୀ ନୋରା ଫତେହୀଙ୍କୁ ଜେରା କରିବାକୁ ଡାକିଛି EOW । କାଲି ଦିନ ୧୧ଟା ସମୟରେ ନୋରାଙ୍କୁ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଲୋକଙ୍କ ମନରେ ଏବେ ପ୍ରଶ୍ନ ଉଠିଲାଣି । କେବେ ସରିବ ଜ୍ୟାକଲିନଙ୍କ ଜେରା ଆଉ ଜବାବ । କେବେ ଫିଟିବ ଜେରା, ଜବାବଓ ଜ୍ୟାକଲିନଙ୍କ ଏହି ‘ଜ’ ରହସ୍ୟ ।

Get real time updates directly on you device, subscribe now.