CHARIDHAM

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଦିଲ୍ଲୀ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା BJP। ଚତୁର୍ଥ ପର୍ଯ୍ୟାୟରେ ବଳକା ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ।

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ୯ ଜଣଙ୍କ ନାମ ଘୋଷଣା କରିଛି ବିଜେପି। ଏବେ ସୁଦ୍ଧା ୬୮ ଜଣଙ୍କ ନାମ ଘୋଷଣା କରିସାରିଛି ଭାରତୀୟ ଜନତା ପାର୍ଟି।

ବାକି ଦୁଇଟି ଆସନରେ ବିଜେପିର ସହୟୋଗୀ ଦଳ ଜେଡିୟୁ ଓ ଏଲଜେପି ପ୍ରାର୍ଥୀ ଦେବେ ବୋଲି କୁହାଯାଉଛି। ସରଗରମ ହେବାରେ ଲାଗିଛି ଦିଲ୍ଲୀ ନିର୍ବାଚନି ମାହୋଲ।

ସବୁ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଚୟନ କରିବାରେ ଲାଗିପଡିଥିବା ବେଳେ, ବିଜେପି ପ୍ରାୟତଃ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି।

କାରଣ ୭୦ଟି ଆସନ ମଧ୍ୟରୁ ପୂର୍ବରୁ ତୃତୀୟଟି ପର୍ଯ୍ୟାୟରେ ବିଜେପି ୫୯ଟି ନାଁ ଘୋଷଣା କରିଥିବା ବେଳେ, ଏବେ ଆଉ ୯ଟି ଆସନରେ ଟିକେଟ ଦେଇଛି।

ଏମିତିରେ ଶୁଣିବାକୁ ମିଳୁଛି ଆଉ ଦୁଇଟି ଆସନରେ ସହଯୋଗୀ ଦଳ ପ୍ରାର୍ଥୀ ଦେବେ। ସେହି ଅନୁସାରେ ଚତୁର୍ଥ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ସହ ସମସ୍ତ ସିଟ୍ ରେ ଟିକେଟ୍ ବଣ୍ଟା ସରିଥିବା କଥା ସାଧାରଣରେ କୁହାଯାଉଛି।

କାହାକୁ କେଉଁ ସିଟ୍: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ କରିଛି। କେଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ଅନୁମୋଦିତ ଏହି ତାଲିକାରେ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ପ୍ରାର୍ଥୀ ଘୋଷଣା କରାଯାଇଥିବା ନଅଟି ଆସନରୁ ତିନୋଟି ଅନୁସୂତିଚ ଜାତି ପାଇଁ ସଂରକ୍ଷିତ ରହିଛି।

କିଏ ପାଇଲା କେଉଁଠୁ ଟିକେଟ୍: ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏହି ତାଲିକା ପ୍ରକାଶ ପାଇଛି। ଆଦର୍ଶ ନଗରରୁ ରାଜ କୁମାର ଭାଟିଆଙ୍କୁ ଦଳ ଟିକେଟ ଦେଇଥିବା ବେଳେ, ବାଦଲୀରୁ ଦୀପକ ଚୌଧୁରୀ ଓ ରୋହିଣୀରୁ ବିଜେନ୍ଦ୍ର ଗୁପ୍ତାଙ୍କୁ ଦଳ ପକ୍ଷରୁ ଟିକେଟ ମିଳିଛି।

ଆସନ୍ତା ଫେବୃଆରୀ ୫ ତାରିଖରେ ମତଦାନ ହେବାକୁ ଥିବାରୁ ଆଉ ଦୁଇଟି ଆସନ ବୁରାରୀ ଏବଂ ଦେଓଲିରେ ସହଯୋଗୀ ଦଳ ଶୀଘ୍ର ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି।