ନୂଆଦିଲ୍ଲୀ: ରାଜଧାନୀରେ ନିଶ୍ବାସ ନେବା ଏକ ପ୍ରକାର କଷ୍ଟକର ହୋଇପଡିଛି । ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ । ଦୀପାବଳି ପରଠାରୁ ପ୍ରଦୂଷଣ ରେକର୍ଡ ବୃଦ୍ଧି ପାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ର ନିର୍ଦ୍ଧାରିତ ସୀମାଠାରୁ 65 ଗୁଣ ଅଧିକ ହେବା ପରେ ଲୋକଙ୍କ ମନରେ ଚିନ୍ତା ବୃଦ୍ଧି ପାଇଛି । ଆଜି ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣାବତ୍ତା ବା ଏୟାର କ୍ବାଲିଟି ଇଣ୍ଡେକ୍ସ 500 ପାର୍ କରିଛି ।
ଦିଲ୍ଲୀର ଏୟାକ କ୍ବାଲିଟି ଇଣ୍ଡେକ୍ସ 507 ରହିଥିବା ବେଳେ ହୁ ଦ୍ବାରା ନିର୍ଦ୍ଧାରିତ ସୀମା ଠାରୁ 65 ଗୁଣା ଅଧିକ ବୋଲି କୁହାଯାଇଛି । ବାୟୁ ଗୁଣାବତ୍ତା 200-300 ଭିତରେ ରହିଲେ ଖରାପ, 300-400 ଭିତରେ ରହିଲେ ଅଧିକ ଖରାପ ଏବଂ 400ରୁ 450 ଭିତରେ ରହିଲେ ଗମ୍ଭୀର ଏବଂ 450ରୁ ଅଧିକ ହେଲେ ଅତ୍ୟନ୍ତ ବିପଦଜନ୍ନକ ବୋଲି କୁହାଯାଇଥାଏ । ଧୂଆଁର ମୋଟା ପରସ୍ତ ଦିଲ୍ଲୀକୁ ଘୋଡାଇ ରଖିଛି । ଫଳରେ 12 ଘଣ୍ଟା ମଧ୍ୟରେ ବାୟୁ ଗୁଣାବତ୍ତା 327ରୁ 507କୁ ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆରର ପିଏମ୍ ୨.୫ ରହିଛି । ଯଦି କିଛି ଦିନ ଏଭଳି ରୁହେ ତାହେଲେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।