fbpx

ରାଜ୍ୟରେ ୪୦୦ ତଳକୁ ଆସିଲା ଦୈନିକ ସଂକ୍ରମଣ ସଂଖ୍ୟା, ଆକ୍ଟିଭ୍ କେସ୍ ୫,୮୮୯

ନୂଆଦିଲ୍ଲୀ: କୋଭିଡକୁ ସଂକ୍ରମଣକୁ ଦ୍ରୁତ ଗତିରେ କମାଇବାରେ ସଫଳ ହୋଇଛି ରାଜଧାନୀ ଦିଲ୍ଲୀ । ଦିନ ଥିଲା ଏଠାରେ ଦୈନିକ ସଂକ୍ରମଣ ୧୫ ହଜାର ପାର୍ କରୁଥିବା ବେଳେ ଏବେ ଏହାର ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଛି । ଯାହା ବର୍ତ୍ତମାନ ଦିଲ୍ଲୀ ବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ଆଜି ଦିଲ୍ଲୀରେ ଦୈନିକ ସଂକ୍ରମଣ ମାତ୍ର ୩୮୧ ରହିଛି । ଏହାସହିତ ଆକ୍ଟିଭ୍ କେସ୍ ୫,୮୮୯ ରହିଛି ।

ଗତ ୨୪ ଘଣ୍ଟାରେ ୩୮୧ ନୁଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କ ପ୍ରାଣ ଯାଇଛି । ଏବେ ସଂକ୍ରମଣ ହାର ମାତ୍ର ୦.୫୦ ପ୍ରତିଶତ ରହିଛି । ଶନିବାର ଏହି ହାର ୦.୫୩ ରହିଥିବା ବେଳେ ଆଜି ଏହା ୦.୫୦କୁ ଖସିଆସିଛି । ସେହିପରି ୧୧୮୯ ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ମୋଟ ସଂକ୍ରମଣ ୧୪ ଲକ୍ଷ ୨୯ ହଜାର ୨୪୪ ହୋଇଯାଇଛି ଏବଂ ୨ହଜାର ୩୨୭ ଜଣ ହୋମ୍ ଆଇସୋଲେସନ୍ ରେ ରହିଛନ୍ତି । ଏଥିସହ ମୋଟ ୧୩ ଲକ୍ଷ ୯୮ ହଜାର ୭୬୪ ଜଣ ସୁସ୍ଥ ହୋଇଛନ୍ତି । ଆଉ ମୋଟ ମୃତକଙ୍କ ସଂଖ୍ୟା ୨୪ ହଜାର ୫୯୧ ରେ ପହଞ୍ଚିଛି ।

Get real time updates directly on you device, subscribe now.