fbpx

ସାହିନବାଗ ପାଇଁ ସୁପ୍ରିମକୋର୍ଟଙ୍କ ଶୁଣାଣି

ନୂଆଦିଲ୍ଲୀ,୧୭ ।୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ସାହିନବାଗରେ ପୂର୍ବ ଦୁଇ ମାସ ଧରି ଚାଲିଥିବା ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ଣୁଣାଣି କରିଛନ୍ତି । ଏହି ମାମଲାର ଶୁଣାଣି ଜଷ୍ଟିସ ସଞ୍ଜୟ କୌଶଲ, ଜଷ୍ଟିସ କେ ଏମ ଜୋସେଫଙ୍କ ବ୍ୟାଚ୍ କରିଛନ୍ତି । ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ଯେ, ‘ଅଧିକାରର ରକ୍ଷା ପାଇଁ ପ୍ରଦର୍ଶନର ବିରୋଧରେ କୋର୍ଟ ନାହିଁ । ବିରୋଧ କରିବାର ଅଧିକାର ଅଛି, କିନ୍ତୁ ରାସ୍ତା ବନ୍ଦ କରିବାର ଅଧିକାର ନାହିଁ । ଏହି ମାମଲା ଜନଜୀବନ ଠପ୍ କରିବା ସମସ୍ୟା ସହ ଯୋଡି ହୋଇଥିବା ପ୍ରସଙ୍ଗ ।’ ବିରୋଧ ନାଁରେ ଯଦି ସମସ୍ତେ ରାସ୍ତାକୁ ଓହ୍ଲାଇବେ ତେବେ କଣ ହେବ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।

ତେବେ ଦିଲ୍ଲୀ ସାହିନବାଗରେ ପ୍ରଦର୍ଶନ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । ଏନେଇ ଦିଲ୍ଲୀ ପୋଲିସକୁ ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.