fbpx

ଦିଲ୍ଲୀ: ଭୁଷୁଡ଼ିଲା ନିର୍ମାଣଧିନ କୋଠା, ରେସ୍କ୍ୟୁ ପାଇଁ ଏନଡିଆରଏଫ ଟିମ୍ ର ଉଦ୍ୟମ ଜାରି

Advertisement

ଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ସୋମବାର ଏକ ନିର୍ମାଣଧିନ କୋଠା ଭୁଷୁଡ଼ି ପଡ଼ିବାର ଖବର ଆସିଛି । ଏହି ଭଗ୍ନାବଶେଷ ତଳେ ପ୍ରାୟ ୭ ଶ୍ରମିକ ଫସି ରହିଥିବା ଜଣଅପଡିଛି । ସେମାନଙ୍କ ମଧ୍ୟରୁ ପ୍ରାୟ ୪ ଶ୍ରମିକଙ୍କୁ ବାହାର କରାଯାଇ ସାରିଲାଣି । ଘଟଣା ବିଷୟରେ ସୂଚନା ପାଇ ଦମକଳ ବାହନୀର ୬ ଗାଡ଼ି ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚିଥିଲା ।

ବର୍ତ୍ତମାନ ଦମକଳ ଏବଂ ଏନଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ସାହାଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ୪ ଜଣ ଉଦ୍ଧାର ହୋଇ ସାରିଥିବା ବେଳେ ୩ ଜଣ ଫସି ରହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଦୁର୍ଘଟଣାବ ପରେ ଦୁଖଃ ପ୍ରକାଶ କରିଛନ୍ତି ।

କୁହାଯାଉଛି ଯେ ଯେଉଁ ସମୟରେ ଏହି କୋଠାଟି ଭୁଷୁଡ଼ିଥିଲା ସେହି ସମୟରେ ଏଠାରେ ମେରାମତି କାର୍ଯ୍ୟ ଚାଲିଥିଲା । ଭଗ୍ନାବଶେଷ ତଳେ ଫସି ରହିଥିବା ସମସ୍ତଙ୍କର ପରିଚୟ ହୋଇଛି । ଏମାନେ ବିହାରର ଆରାରିଆ ବାସିନ୍ଦା ନାସିମ୍ (୩୬ ବର୍ଷ) ଏବଂ ଗୁଲଫାରାଜ୍ (୨୫ ବର୍ଷ) ଏବଂ ବିଲାଲ୍ (୨୨ ବର୍ଷ), ଅରମାନ୍ (୨୩ ବର୍ଷ) ଭାବରେ ଆସ୍ଲାମ (୨୧ ବର୍ଷ) । ତେବେ ବାକି ଦୁଇ ଜଣଙ୍କର ପରିଚୟ ହୋଇ ପାରିନାହିଁ । ବର୍ତ୍ତମାନ ଅପରେଶନ ଜାରି ରହିଛି ।

 

Get real time updates directly on you device, subscribe now.