fbpx

ଫେଲ୍ ମାରିଲା ବୁଷ୍ଟର ଡୋଜ୍! ୨୦ ଦିନ ଭିତରେ ଦୁଇଥର କରୋନାରେ ସଂକ୍ରମିତ ହେଲେ ମହିଳା, ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଗତ ୨ ବର୍ଷ ହେବ କରୋନା ସହ ଲଢ଼େଇ କରୁଛି । ଗତ ୨ ବର୍ଷରେ କରୋନାର ଅନେକ ଭାରିଆଣ୍ଟ ଦେଖିବାକୁ ମିଳିଛି । ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ତୀବ୍ର ହେବାରେ ଲାଗିଛି । କିନ୍ତୁ ଏହାରି ମଧ୍ୟରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ସୋମବାର ଦିନ କରୋନାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ମାତ୍ର ୨୦ ଦିନ ଭିତରେ ୨ ଥର କରୋନାରେ ସଂକ୍ରମିତ ହୋଇଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି କି, ମହିଳା ଜଣକ ୨ ଥର ଯାକ କରୋନାର ଅଲଗା ଅଲଗା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ।

ସୂଚନା ଅନୁସାରେ, କରୋନା ଉପରେ ରିସର୍ଚ୍ଚ କରୁଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ସ୍ପେନରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ମାତ୍ର ୨୦ ଦିନରେ ୨ ଥର କରୋନାରେ ସଂକ୍ରମିତ ହୋଇଥିଲେ । କୁହାଯାଉଛି ଯେ, ୨ ଥର କୋଭିଡରେ ସଂକ୍ରମିତ ହେବା ମଧ୍ୟରେ ଏହା ହେଉଛି ବର୍ତ୍ତମାନର ସବୁଠାରୁ କମ୍ ଅନ୍ତର ।

ମହିଳାଙ୍କୁ ୩୧ ବର୍ଷ ବୟସ ହୋଇଥିବା ବେଳେ ଡିସେମ୍ବର ଶେଷରେ ସେ ଡେଲ୍ଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ଏହା ପରେ ଜାନୁଆରୀ ୨୦୨୨ରେ କରୋନାର ଓମିକ୍ରନ ଭାରିଆଣ୍ଟରେ ପଜିଟିଭ ଚିହ୍ନଟ ହୋଇଥିଲେ । ବୈଜ୍ଞାନିକଙ୍କ କହିଛନ୍ତି ଯେ, ମହିଳା ଜଣକ କରୋନାର ୨ଟି ଯାକ ଡୋଜ୍ ଟିକା ନେବା ସହ ବୁଷ୍ଟର ଡୋଜ୍ ମଧ୍ୟ ନେଇଥିଲେ । କିନ୍ତୁ ଏହା ପରେ ସେ ୨ ଥର କରୋନା ମହାମାରୀର ଶିକାର ହୋଇଥିଲେ ।

Get real time updates directly on you device, subscribe now.