fbpx

(Video) ପାଠପଢା ପରେ ଏବେ କ୍ୟାମ୍ପସରେ ବିବାହ! ବରଯାତ୍ରୀ ଠାରୁ ଝିଅ ବିଦାର ଭିଡ଼ିଓ; ଏବେ ହେଉଛି ଭାଇରଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡ଼ିଓ ଭାଇରଲ ହେଉଛି । ଏହା ଭିତରେ କିଛି ଏଭଳି ଭିଡ଼ିଓ ମଧ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିହାତି ଭାବରେ ଆପଣ ବିବାହ କୌଣସି ମଣ୍ଡପ କିମ୍ବା ମନ୍ଦିରରେ ହେଇଥିବାର ଦେଖିଥିବେ । କିନ୍ତୁ କୌଣସି ବିଶ୍ୱ ବିଦ୍ୟାଳୟରେ ଏଭଳି କିଛି ହୁଏ ତ ଆପଣ ଦେଖି ନଥିବେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିବାହ ରୀତିନୀତି କରାଯାଉଥିବାର ଦେଖିବାକୁ ମିଳିଛି ।

ବାସ୍ତବରେ, ଛାତ୍ର ଛାତ୍ରୀମାନେ କ୍ୟାମ୍ପସରେ ଏକ ନକଲି ବିବାହର ଆୟୋଜନ କରିଥିଲେ, ଯେଉଁଥିରେ ଦୁଇଜଣ ଛାତ୍ର ଛାତ୍ରୀ ବର ଏବଂ କନ୍ୟାର ଭୂମିକା ଗ୍ରହଣ କରିଥିଲେ ଏବଂ ବାକିମାନେ ବରଯାତ୍ରୀ ଏବଂ ସମ୍ପର୍କୀୟ ଭୂମିକାରେ ଅଭିନୟ କରିଥିଲେ। ଏହି ବିବାହରେ ନୃତ୍ୟ, ସଙ୍ଗୀତ, ମଜା ଏବଂ ଖେଳ ସହିତ ସବୁ ରୀତିନୀତି ପାଳିତ ହେଉଥିବାର ଦେଖିବାକୁ ମିଳିଥିଲା ।

ସୂଚନାମୁତାବକ କିଛି ଦିନ ପୂର୍ବେ ପାକିସ୍ତାନର ଲାହୋରରେ ଥିବା ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ ନାମକ ଏକ କଲେଜର ସମାନ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା ଯେଉଁଥିରେ ଛାତ୍ର ଛାତ୍ରୀ ମାନେ କଲେଜ ପରିସରରେ ଏକ ‘ନକଲି ବିବାହ’ ଆୟୋଜନ କରି ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲେ। ବର୍ତ୍ତମାନ ସମାନ ଭିଡିଓ ସହିତ କିଛି ଉପଭୋକ୍ତା DUରେ ନକଲି ବିବାହ ରଚାଇ ଥିଲେ।

ତେବେ ଏହି ଭିଡ଼ିଓ କୁ ମାର୍ଚ୍ଚ ୨୭ ରେ ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିଲା । ଏହା କ୍ୟାପସନରେ ଲେଖା ହୋଇଛି, ତୁମକୁ ବିବାହକୁ ନିମନ୍ତ୍ରଣ ମିଳିନଥିଲା କି?? ଭିଡିଓଟି ବର୍ତ୍ତମାନ ସୁଦ୍ଧା ୭୭ ହଜାରରୁ ଅଧିକ ଲାଇକ୍ ଏବଂ ୭ ଲକ୍ଷରୁ ଅଧିକ ଭ୍ୟୁ ପାଇଛି । ଉପଭୋକ୍ତାମାନେ ବହୁତ କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.