fbpx

ହିଂସାକାଣ୍ଡକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସୋନିଆ

ନୂଆଦିଲ୍ଲୀ, ୨୬ା୨: ଦିଲ୍ଲୀ ହିଂସାକାଣ୍ଡକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏତତ୍ ବ୍ୟତୀତ ସେ ଗୃହମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି । ଦିଲ୍ଲୀର ଏହିପରି ପରିସ୍ଥିତି ପାଇଁ ଗୃହମନ୍ତ୍ରୀ ଦାୟୀ ବୋଲି ସୋନିଆ କହିଛନ୍ତି । ଏହାସହ ଗତ ୨୩ତାରିଖ ଦିନ ଗୃହମନ୍ତ୍ରୀ କେଉଁଠି ଥିଲେ ଏବଂ କଣ କରୁଥିଲେ କହି ପ୍ରଶ୍ନ ମଧ୍ୟ କରିଛନ୍ତି । ସେହିପରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କଣ କରୁଥିଲେ କହି ମଧ୍ୟ ପ୍ରଶ୍ନ କରିଛନ୍ତି । ଦିଲ୍ଲୀର ହିଂସାକାଣ୍ଡକୁ ୭୨ଘଣ୍ଟା ବିତି ଯାଇଥିଲେ ମଧ୍ୟ ସେଠାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ହିଂସା ପାଇଁ ଏହା ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସୋନିଆ କହିଛନ୍ତି ।
ଦିଲ୍ଲୀର ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏହାସହ ପ୍ରାୟ ୨୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ହିଂସାକାଣ୍ଡ ଘଟିଥିବା ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ଉତ୍ତର-ପୂର୍ବ ଦିଲ୍ଲୀରେ ମାସେ ପାଇଁ ୧୪୪ଧାରା ଜାରି କରାଯାଇଛି । ଏହାସହ ଦିଲ୍ଲୀର ଚାରୋଟି ସ୍ଥାନରେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇଛି ।

Get real time updates directly on you device, subscribe now.