fbpx

ନର୍ସଙ୍କ ପାଇଁ ମଲାୟାଲାମ୍ ବ୍ୟାନ୍ କରିବା ପରେ ବଢ଼ିଲା ବିବାଦ, ଜାଣନ୍ତୁ କଣ କଲେ ଦିଲ୍ଲୀ ସରକାର…

ନୂଆଦିଲ୍ଲୀ: ଏଣିକି କେବଳ ହିନ୍ଦୀ କିମ୍ବା ଇଂରାଜୀରେ କଥାବାର୍ତ୍ତା କର । ମଲୟାଲାମ କହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଗୋବିନ୍ଦ ବଲ୍ଲଭ ପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ () ତଥା ଜିବି ପନ୍ତ ହସ୍ପିଟାଲ୍ ନର୍ସଙ୍କ ପାଇଁ ଏଭଳି ସର୍କୁଲାର୍ ଜାରି କରିଥିଲେ ଦିଲ୍ଲୀ ସରକାର । ଏହା ପରେ ବିବାଦ ତେଜିବାରେ ଲାଗିଥିଲା । ବିଭିନ୍ନ ମହଲରୁ ଏଭଳି ସର୍କୁଲାର ବିରୋଧରେ ପ୍ରତିବାଦ ସ୍ୱର ଉଠିବା ପରେ ଦିଲ୍ଲୀ ସରକାର ବାଧ୍ୟ ହୋଇଥିଲେ ନିଜ ମତ ବଦଳାଇବାକୁ ।

ସୂଚନା ଅନୁସାରେ ହସ୍ପିଟାଲ୍ରେ ସର୍କୁଲାର୍ ଜାରି କରାଯାଇଥିଲା ଯେ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ଭାଷାରେ ନର୍ସମାନେ କଥାବାର୍ତ୍ତା କରିପାରିବେ ନାହିଁ । ଏହି ନିୟମକୁ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନଙ୍କ ଅଗୋଚରରେ ଏଭଳି ସର୍କୁଲାର ଜାରି କରି ଦିଆଯାଇଥିଲା । ଏହାକୁ ନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଭାଷାକୁ ନେଇ ଏଭଳି ଭେଦଭାବ ବିରୋଧରେ ସେ ସ୍ୱର ଉଠାଇଥିଲେ ।

ଦିଲ୍ଲୀର ପ୍ରମୁଖ ହସ୍ପିଟାଲ୍ ମଧ୍ୟରେ ଅନ୍ୟତମ ଜିବି ପନ୍ତ ଅନ୍ୟତମ । ସେଠାରେ ଏଭଳି ସର୍କୁଲାର୍ ସରକାର କ।।ହିଁକି ଜାରି କଲେ? ନର୍ସ ଆସୋସିଏସନର ଅଧ୍ୟକ୍ଷ ଲିଲାଧର ରାମଚନ୍ଦାନୀ କହିଛନ୍ତି ଯେ ଜଣେ ରୋଗୀଙ୍କ ତରଫରୁ ଏଭଳି ଅଭିଯୋଗ ପ୍ରଥମେ ଉଠିଥିଲା । ମଲାୟାଲାମ୍ରେ କଥାବାର୍ତ୍ତାକୁ ବିରୋଧ କରି ରୋଗୀ ଜଣଙ୍କ ସ୍ୱାସ୍ଥ୍ୟ ବିଭାର ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଏହା ପରେ ପରେ ଏଭଳି ସର୍କୁଲାର୍ ଜାରି କରାଯାଇଥିଲା ବୋଲି ସେ କହିଛନ୍ତି । ତେବେ ସର୍କୁଲାର୍ରେ ବ୍ୟବହୃତ ଶବ୍ଦ ସହ ଆସୋସିଏସନ୍ ଆଦୌ ସହମତ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏନେଇ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବରିଷ୍ଠ ନେତା ଶଶୀ ଥରୁର୍ ମଧ୍ୟ ବିରୋଧ କରିଛନ୍ତି । ଭାଷାକୁ ନେଇ ଏଭଳି ଭେଦଭାବ ସୃଷ୍ଟି କରିବା ଉଚିତ୍ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ଏପରିକି ଏଭଳି କରିବା ଦ୍ୱାରା ଭାରତୀୟ ନାଗରିକଙ୍କ ମାନବାଧିକାରକୁ ହତ୍ୟା କରିବା ସଦୃଶ ବୋଲି କଂଗ୍ରେସ ମତ ଦେଇଛି । ତେବେ ବିରୋଧ ଓ ପ୍ରତିବାଦ ପରେ ପରେ ଦିଲ୍ଲୀ ସରକାର ସର୍କୁଲାର୍ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.