fbpx

‘ଲୋକମାନେ ବିବାହ କାହିଁକି କରନ୍ତି?’ ନୋବେଲ୍ ବିଜୟିନୀ ମଲାଲାଙ୍କ ମନ୍ତବ୍ୟକୁ ନେଇ ତେଜିଲା ବିବାଦ

ଇସଲାମାବାଦ: ବିଶ୍ୱର ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫୁଜାଇ ବିବାହକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ମଲାଲା କହିଛନ୍ତି ଯେ- ‘ଲୋକମାନେ ବିବାହ କାହିଁକି କରନ୍ତି, ମୋତେ ଏକଥା ବୁଝା ପଡ଼ୁନି । ଯଦି ଆପଣମାନଙ୍କୁ ଜୀବନସାଥୀ ଦରକାର, ତେବେ ଆପଣମାନେ କାଗଜ ଉପରେ ଦସ୍ତଖତ କ’ଣ ପାଇଁ କରୁଛନ୍ତି ।’ ବ୍ରିଟେନର ଫେଶନ ମାଗାଜିନ୍ ଭୋଗକୁ ଏକ ସାକ୍ଷାତକାର ଦେବା ଅବସରରେ ମଲାଲା ଏହି ସୂଚନା ପ୍ରଦାନ କରିଛନ୍ତି । ବିବାହକୁ ନେଇ ମଲାଲାଙ୍କ ଦେଇଥିବା ମନ୍ତବ୍ୟକୁ ପାକିସ୍ତାନର ସୋସିଆଲ ମିଡ଼ିଆରେ ପ୍ରବଳ ବିରୋଧ କରାଯାଇଥିବା ଦେଖାଯାଇଛି ।

ଏହି ସାକ୍ଷାତକାର ଅବସରରେ ମଲାଲା ରାଜନୀତି, ସଂସ୍କୃତିଠାରୁ ଆରମ୍ଭ କରି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ । ତେବେ ବିବାହକୁ ନେଇ ମଲାଲଙ୍କ ଏହି ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ହିଁ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମଲାଲଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଅନେକ ତାଙ୍କୁ ଇସଲାମ ଧର୍ମର ବିରୋଧୀ ବୋଲି କହିଛନ୍ତି । ମଲାଲା ନିଜର ବିବୃତ୍ତିରେ ଯୁବଗୋଷ୍ଠୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ସହ ବିବାହର ପବିତ୍ର ନିୟମ ବିଷୟରେ ନକାରାତ୍ମକ ଧାରଣା ପ୍ରଚାର କରୁଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.