fbpx

ଚାକିରୀରୁ ଅବସର ନେଉଛି ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ବାହାର କରିଥିବା ବାହାଦୁର ମୂଷା, ବଞ୍ଚାଇଥିଲା ହଜାର ହଜାର ଲୋକଙ୍କ ଜୀବନ

କାମ୍ବୋଡିଆ: ଆମେ ଅନେକ ସମୟରେ ଛୋଟ ଛୋଟ ପ୍ରାଣୀ ମାନଙ୍କୁ ତୁଚ୍ଛ ମନେ କରିଥାଉ । ହେଲେ ସେମାନେ ବେଳେ ବେଳେ ଏଭଳି କିଛି କାମ କରିଦେଖାନ୍ତି ଯାହା ଇତିହାସ ହୋଇ ରହିଯାଏ । ହେଲେ ଏଠାରେ ଗୋଟିଏ ଅତି କ୍ଷୁଦ୍ର ପ୍ରାଣୀ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । ସେ ହେଉଛି ଗୋଟିଏ ଛୋଟିଆ ମୂଷା । ଏବେ ଆପଣ ମାନେ ଭାବୁଥିବେ ମୁଷା ଏପରି କଣ କରିଛି ଯାହାର ଆମେ ଏତେ ପ୍ରଶଂସା କରୁଛେ । ତେବେ ଏହି ମୂଷା ନିଜ ସାହସିକତାର ପରିଚୟ ଦେଖାଇଛି । ୭୧ ଲ୍ୟାଣ୍ଡମାଇନ୍ ସୁଡ଼ଙ୍ଗ ଖୋଜି ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବା ଭଳି ସାହସିକତାର କାର୍ୟ୍ୟ କରିଛି ଏକ ଛୋଟିଆ ମୂଷା କ୍ଷ ଏହି ଆଫ୍ରିକୀୟ ପ୍ରଜାତିର ମୂଷାର ସାହସିକତାର କାହାଣୀ ଖୁବ ପ୍ରସିଦ୍ଧ କ୍ଷ ଏହି ମୂଷା ବେଲଜିୟମର ଏକ ଏନଜିଓ ଏପିଓପିଓ ଦ୍ୱାରା ତାଲିମପ୍ରାପ୍ତ । ଏହାକୁ ଦୁନିଆର ସବୁଠାରୁ ସଫଳ ମୂଷା ବୋଲି ଧରାଯାଇଥାଏ । ଏହାର ନାଁ ହେଉଛି ମାଗାୱା ।

ମାଗାୱା ନାମକ ଏହି ମୂଷାକୁ ନିଜର ସାହାସିକତା ପାଇଁ ବ୍ରିଟିଶ୍ ଚାରିଟି ଟପ୍ ସିଭିଲ୍ ଆୱାର୍ଡ ମଧ୍ୟ ମିଳିଛି । ଏହି ଆୱାର୍ଡ କେବଳ କୁକୁର ମାନଙ୍କୁ ବାହାଦୁର କାମ ପାଇଁ ଦିଆଯାଉଥିବା ବେଳେ ମାଗାୱା ନାମକ ଏହି ମୂଷାକୁ ପ୍ରଥମ କରି ଏହି ପୁରସ୍କାର ଦିଆଯାଇଛି । ଅନେକ ସାହସିକ କାର୍ୟ୍ୟ କରିବା ପରେ ମାଗାୱା ବର୍ତ୍ତମାନ ଅବସର ନେଉଛି କ୍ଷ ଏହି ମୂଷାକୁ ସେତେବେଳେ ତାଲିମ ଦିଆଯାଇଥିଲା ଯେବେ କାମ୍ବୋଡିଆର ଦକ୍ଷିଣ ପୂର୍ବ ଏସୀୟ ଦେଶରେ ଲ୍ୟାଣ୍ଡମାଇନ୍ ଚିହ୍ନଟ କରିବାର ଥିଲା କ୍ଷ ପ୍ରଶିକ୍ଷଣ ପରେ ନିଜର କାମ ସେ ସଠିକ ଭାବରେ ତୁଲାଇ ଥିଲା କ୍ଷ ତା’ର ସ୍ୱାସ୍ଥ୍ୟ ଏବେ ବି ଭଲ ଥିଲେ ସୁଦ୍ଧା ବର୍ତ୍ତମାନ ତାର ଅବସର ଗ୍ରହଣ କରିବାର ସମୟ ଆସିଛି । ମାଗାୱାର ହ୍ୟାଣ୍ଡେଲର୍ ମାଲିନ୍ କୁହନ୍ତି, ମାଗାୱାଙ୍କ ସହ କାମ କରି ମୁଁ ଅତ୍ୟଧିକ ଗର୍ବିତ ଅନୁଭବ କରେ, କାରଣ ସେ ଏତେ ଛୋଟ ହୋଇଥିଲେ ମଧ୍ୟ ଅନେକଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିଛନ୍ତି କ୍ଷ ମାଗାୱା ନାମକ ଏହି ସାତ ବର୍ଷୀୟ ମୂଷାକୁ ମିଳିସାରିଛି ସର୍ବୋଚ୍ଚ ନାଗରିକ ପୁରସ୍କାର କ୍ଷ

ରିପୋର୍ଟ ଅନୁଯାୟୀ, ଏହି ମୂଷା ନିଜର ଶୁଙ୍ଘିବା କ୍ଷମତା ଦ୍ୱାରା ୨୦ଟି ଫୁଟବଲ୍ ପିଚ୍ ଭଳି ସ୍ଥାନକୁ ଲ୍ୟାଣ୍ଡମାଇନ୍ ମୁକ୍ତ କରିବାରେ ସାହାଯ୍ୟ କରିଛି । ଏହା ଦ୍ୱାରା ହଜାର ହଜାର ଜୀବନ ରକ୍ଷା ପାଇଛି କ୍ଷ କେବଳ ଏତିକି ନୁହେଁ, ଏହା ମୂଷା ୨୮ ଟି ଜୀବନ୍ତ ବିସ୍ଫୋରକ ମଧ୍ୟ ଚିହ୍ନଟ କରିଛି କ୍ଷ ତେବେ ଏହି କାମ ପାଇଁ ଅନ୍ୟ ମୂଷା ମାନଙ୍କୁ ବି ପ୍ରଶିକ୍ଷଣ କରାଯାଇପାରିଥାନ୍ତା ହେଲେ ଆଫ୍ରିକାନ୍ ମୂଷା ମାନଙ୍କ ଆକାର ପାଇଁ ଏହି ମୂଷାକୁ ଏହି କାମ କରିବା ପାଇଁ ଉପଯୁକ୍ତ ମନାଯାଉଛି ।

 

Get real time updates directly on you device, subscribe now.