fbpx

କବାଟ ଖୋଲିବା ପରେ ଜବରଦସ୍ତି କିସ୍ କରିବାକୁ ଲାଗିଲେ ଡେଲିଭରି ବଏ: ପରେ ହେଲା କିଛି ଏମିତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆମେ କିଛି ବି ଅନଲାଇନରେ ଅର୍ଡର କରି ପାଇ ପାରୁଛୁ । ଲୋକମାନେ ଯେକୌଣସି ଦ୍ରବ୍ୟ କିମ୍ବା ଖାଦ୍ୟ ସାମଗ୍ରୀ ପସନ୍ଦ କରନ୍ତି, ସେମାନେ ପ୍ରଥମେ ଅର୍ଡର କରନ୍ତି ଏବଂ ପାଇଥ।।ନ୍ତି । ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଡେଲିଭରି ବଏ କିଛି ଜିନିଷ ନେଇ ପହଞ୍ଚିବା ପରେ ଜଣେ ମହିଳାଙ୍କ ସହ ଅସଦାଚରଣ ବ୍ୟବହାର କରିଥିଲା । ଡେଲିଭରି ବଏ ଜଣଙ୍କ ମହିଳାଙ୍କୁ ଜବରଦସ୍ତି କିସ କରିବାକୁ ଲାଗିଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ବ୍ରିଟେନର ଏକ ସହରରୁ ସାମ୍ନାକୁ ଆସିଛି । ତେବେ ମହିଳା ଜଣକ ଅଭିଯୋଗ କରିଛନ୍ତି, ସେ କବାଟ ଖୋଲିବା ମାତ୍ରେ ଡେଲିଭରି ବଏ ତାଙ୍କୁ ଜବରଦସ୍ତି କିସ କରିବାକୁ ଲାଗିଥିଲା । ମହିଳା ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ ଏହି ସବୁ ଦୃଶ୍ୟ ତାଙ୍କ ଘରର କବାଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଘଟଣା ପରେ ମହିଳା ଜଣଙ୍କ ତୁରନ୍ତ ଡେଲିଭରି ବଏ ନାମରେ ଅର୍ଡର କରିଥିବା କମ୍ପାନୀରେ ଅଭିଯୋଗ କରିଥିଲେ । ଏହି ଡେଲିଭରି ବଏ ଟେସ୍କୋ କମ୍ପାନୀର ଥିଲା । ଏହା ମଧ୍ୟ କୁହାଯାଇଛି ଯେ ମହିଳା ତାଙ୍କ ଅଭିଯୋଗରେ ସିସିଟିଭି ଫୁଟେଜ ମଧ୍ୟ ଯୋଡ଼ିଛନ୍ତି । ଏହା ପରେ କମ୍ପାନୀ ଡେଲିଭରି ବଏକୁ ବାହାର କରି ତା ବିରୋଧରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

ମହିଳାଙ୍କ ଅଭିଯୋଗ ପରେ ଟେସ୍କୋ ଏହାର ଡେଲିଭରି ବଏର କାର୍ଯ୍ୟକଳାପ ପାଇଁ ମହିଳାଙ୍କୁ କ୍ଷମା ମାଗିଛନ୍ତି । ଅନ୍ୟପଟେ କମ୍ପାନୀ ପରେ ମହିଳା ଜଣଙ୍କ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଏବଂ ବର୍ତ୍ତମାନ ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.