fbpx

ରାଜ୍ୟରେ ପ୍ରଥମ ‘ଡେଲଟା ପ୍ଲସ୍’ ସଂକ୍ରମିତ ଚିହ୍ନଟ, ନେଇଥିଲେ ଟିକାର ଦୁଇଟି ଡ଼ୋଜ୍

ଭୋପାଳ: ଭାରତର କରୋନା ପ୍ରଜାତି ଡେଲଟା ଦ୍ୱିତୀୟ ଲହରରେ ଖୁବ୍ ସକ୍ରିୟ ଥିବା ବେଳେ ବର୍ତ୍ତମାନ ଏହା ଆଉ ଏକ ନୂଆ ରୂପରେ ଆସିଛି । ଦ୍ୱିତୀୟ ଲହର ସହିତ ଲଢ଼ିବାକୁ ଯାଇ ଲକଡାଉନ୍ ଲାଗୁ କରାଯିବା ପରେ ଏବେ ସଂକ୍ରମଣ କମିଥିବା ଦେଖିବାକୁ ମିଳିଛି । ତେଣୁ ଏବେ ଦେଶବାସୀଙ୍କୁ ଟିକେ ଆଶ୍ୱସ୍ତି ମିଳିଛି । ହେଲେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଦ୍ୱିତୀୟ ଲହରଠାରୁ ତୃତୀୟ ଲହର ଆହୁରି ସଙ୍କଟାପର୍ଣ୍ଣ ହେବ ବୋଲି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି । ହେଲେ ଏହି ସମୟରେ ଭାରତର କରୋନା ପ୍ରଜାତି ଡେଲଟାର ନୁତନ ପ୍ରଜାତି ସୃଷ୍ଟି ହୋଇଛି । ଯାହାକୁ ଡେଲଟା ପ୍ଲସ୍ ଭାରିଆଣ୍ଟ ବୋଲି କୁହାଯାଉଛି । ତେବେ ଏହି ଡେଲଟା ପ୍ଲସ୍ ଭାରିଆଣ୍ଟର ପ୍ରଥମ କେସ୍ ସାମନାକୁ ଆସିଛି ।

ପ୍ରଥମ କେସ୍ ମଧ୍ୟପ୍ରଦେଶରୁ ଆସିଥିବା ବେଳେ ତାଙ୍କ ନମୁନା ମେ ୨୩ ତାରିଖରେ ସଂଗ୍ରହ କରାଯାଇଥିଲା । ହେଲେ ବୁଧବାର ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପକ୍ଷରୁ ପ୍ରାପ୍ତ ହୋଇଥିବା ଏକ ରିପୋର୍ଟ ଅନୁସାରେ, ଉକ୍ତ ମହିଳା କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ସେ ଦୁଇଟି ଡୋଜ୍ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି ।

ତେବେ ମଧ୍ୟପ୍ରଦେଶରେ କୋଭିଡ୍ ସଚେତନତାରେ କୌଣସି ପ୍ରକାରର ଅବହେଳା କରାଯାଉଥିବା ବେଳେ ବର୍ତ୍ତମାନ ସଂକ୍ରମିତଙ୍କ ସ୍ୟାଂ ହ୍ରାସ ପାଇବାରେ ଲାଗିଛି । ହେଲେ ନମୁନାର ଟେଷ୍ଟିଂରେ କୌଣସି ପ୍ରକାର କମ୍ କରଯାଇନାହିଁ । ରାଜ୍ୟର ସବୁ ସ୍ଥାନରେ ପର୍ଯ୍ୟାପ୍ତ ଟେଷ୍ଟିଂ କରାଯାଉଛିି । ହେଲେ କରୋନା ଭୁତାଣୁ ଠାରୁ ଡେଳଟା ଭାରିଆଣ୍ଟ ଅଧିକ ସଂକ୍ରାମକ ସାବ୍ୟସ୍ତ ହୋଇଛି । ହେଲେ ଏବେ ଠାବ ହୋଇଥିବା ଡେଲଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମଣ ସଂଖ୍ୟା ଅଧିକ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.