fbpx
BSKY
BJD MC SKY
BJD YOUTH SKY

BEd ନାମେଲଖା ପାଇଁ NCTEକୁ ଚିଠି ଲେଖିଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟାସନାଲ କାଉନସିଲ୍ ଫର ଟିଚର ଏଜୁକେସନ୍ କୁ  ଚିଠି ଲେଖିଲେ ଓଡ଼ିଶା ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର । ୧୫ଟି ବିଏଡ୍ କଲେଜ୍ରେ ନାମ ଲେଖା ଲାଗି ଅନୁମତି ଦେବାକୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର । ଏନସିଟିଇ ଅଧ୍ୟକ୍ଷଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଓଡି଼ଶା ଜନସେବା ଆୟୋଗ ଦ୍ୱାରା ନିୟମିତ ନିଯୁକ୍ତି ନେହବା ଯାଏଁ ଏହି ସମସ୍ତ ଟିଇଆଇରେ ଆବଶ୍ୟକୀୟ ଯୋଗ୍ୟତା ଥିବା ବହୁ ସଂଖ୍ୟାରେ ଅତିଥି ଅଧ୍ୟାପିକାଙ୍କୁ ନିୟୋଜିତ କରାଯାଉ । ଏଥିପାଇଁ ଆବଶ୍ୟକୀୟ ଅନୁମୋଦନ ପ୍ରଦାନ କରନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି । ୧୫ଟି ଟିଆଇ , ଯାହାର ସ୍ୱୀକୃତି ପ୍ରତ୍ୟାହାର କରି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ସହ ସାଧାରଣ ପାଠ୍ୟକ୍ରମ ଚଳାଇବାକୁ ଅନୁମତି ଦିଆଯାଇପାରେ ବୋଲି ଚିଠିରେ ଦର୍ଶାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅବଶ୍ୟକତା ଠାରୁ କମ୍ ସଂଖ୍ୟକ ଅଧ୍ୟାପକ ରହିବା କାରଣରୁ ଏକାଡେମିକ୍ ଅଧିବେଶନରେ ୧୫ଟି ଟିଆଇର ସ୍ୱୀକୃତି ପ୍ରତ୍ୟାହାର କରାଯାଇଥିଲା । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଥିରେ ପ୍ରାଥମିକ , ମାଧ୍ୟମିକ ଏବଂ ଉଚ୍ଚମାଧ୍ୟମିକ ପର୍ଯ୍ୟାୟ ପାଇଁ ତାଲିମ୍ପ୍ରାପ୍ତ ଶିକ୍ଷକଙ୍କ ଆବଶ୍ୟକତାରୁ ଦୃଷ୍ଟିରେ ରଖି କେବଳ ସରକାରୀ ଟିଆଇ ରହିଛି । ତେବେ ଏହି ସରକାରୀ ଟିଆଇ ମାନ୍ୟତା ପ୍ରତ୍ୟାହାର ହେତୁ ତାଲିମ୍ପ୍ରାପ୍ତ ଶିକ୍ଷକମାନଙ୍କ ପାଇଁ ରାଜ୍ୟର ଚାହିଦା ପୂରଣ କରିବା ଅସମ୍ଭବ ହୋଇପଡୁଛି ବୋଲି ଚିଠିରେ କୁହାଯାଇଛି ।

Get real time updates directly on you device, subscribe now.