fbpx
BSKY
BJD MC SKY
BJD YOUTH SKY

ନା ବାଇଡେନ, ନା ଜନସନ… ପ୍ରଧାନମନ୍ତ୍ରୀ ମୋଦୀ ଏବେ ବି ଦୁନିଆର ସର୍ବାଧିକ ଗ୍ରହଣୀୟ ନେତା

ନୂଆଦିଲ୍ଲୀ : କରୋନାର ପ୍ରଥମ ଲହରକୁ ସଫଳତାର ସହ ମୁକାବିଲା କରିଥିବା ମୋଦୀ ସରକାର କିନ୍ତୁ ଦ୍ଵିତୀୟ ଲହରରେ ଯଥା ସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ସେତେଟା ସଫଳ ହୋଇ ପାରି ନାହାନ୍ତି। ତଥାପି କରୋନା କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା କାଏମ ରହିଛି। ନା ବାଇଡେନ, ନା ଜସନସନ, ମୋଦୀ ଦୁନିଆର ସବୁଠୁ ଅଧିକ ଗ୍ରହଣୀୟ ନେତା ଭାବେ ଆର୍ବିଭାବ ହୋଇଛନ୍ତି। ଆମେରିକା ଡାଟା ଇଣ୍ଟେଲିଜେନ୍ସ ଫର୍ମ ‘ମର୍ଣ୍ଣିଂ କନସଲ୍ଟ’ ଦ୍ଵାରା କରାଯାଇଥିବା ସର୍ଭେରେ ନରେନ୍ଦ୍ର ମୋଦୀ ଏବେ ମଧ୍ୟ ବିଶ୍ଵର ସର୍ବାଧିକ ଗ୍ରହଣୀୟତା ନେତା ହୋଇ ପାରିଛନ୍ତି। ଏହି ମାମଲାରେ ସେ ବିଶ୍ଵର ପ୍ରମୁଖ ରାଷ୍ଟ୍ରର ମୁଖ୍ୟଙ୍କୁ ପଛରେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ୬୬ ପ୍ରତିଶତ ରହିଛି। ତଥ୍ୟ ଅନୁଯାୟୀ, କରୋନା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା, ବ୍ରିଟେନ୍, ରୁଷ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଓ ଜର୍ମାନୀ ସହିତ ୧୩ ଦେଶର ନେତାଙ୍କୁ ପଛରେ ପକାଇଛନ୍ତି।

ସର୍ଭେ ଅନୁଯାୟୀ, କରୋନାର ଦ୍ଵିତୀୟ ଲହରରେ ମୋଦୀଙ୍କ ଲୋକପ୍ରିୟତା ଅର୍ଥାତ ଆପ୍ରୁଭାଲ ରେଟିଂରେ ହ୍ରାସ ଦେଖିବାକୁ ମିଳିଥିଲା। ଏହା ସତ୍ତ୍ଵେ ବି ସେ ଦୁନିଆର ସବୁଠୁ ଲୋକ ପ୍ରିୟ ଏବଂ ଗ୍ରହଣୀୟ ନେତା ତାଲିକାରେ ଶୀର୍ଷରେ ଅଛନ୍ତି। ଅନ୍ୟ ବୈଶ୍ଵିକ ନେତାଙ୍କ ତୂଳନାରେ ମୋଦୀଙ୍କ ପ୍ରଦର୍ଶନ ଉନ୍ନତ ରହିଛି। ଏହି ଆପ୍ରୁଭାଲ ରେଟିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡାଗ୍ରୀ ଦ୍ଵିତୀୟରେ ଅଛନ୍ତି। ତାଙ୍କର ଆପ୍ରୁଭାଲ ରେଟିଂ ୬୫ ପ୍ରତିଶତ ରହିଛି। ୬୩ ପ୍ରତିଶତ ରେଟିଂ ସହ ତୃତୀୟରେ ଅଛନ୍ତି ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରେଡର।

ବିଶ୍ଵ ନେତାଙ୍କ ଆପ୍ରୁଭାଲ ରେଟିଂ

‘ମର୍ଣ୍ଣିଂ କନସଲ୍ଟ’ ନିୟମିତ ବିଶ୍ଵ ନେତାଙ୍କ ଆପ୍ରୁଭାଲ ରେଟିଂ ଉପରେ ନଜର ରଖିଥାଏ। ଏହା ଅନୁଯାୟୀ, ୬୬ ପ୍ରତିଶତ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ଅଛନ୍ତି। ଦ୍ଵତୀୟରେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡାଗ୍ରୀ(୬୫ ପ୍ରତିଶତ), ତୃତୀୟରେ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଆଲ ଲୋପେଜ ଓବ୍ରେଡର (୬୩ ପ୍ରତିଶତ), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସ(୫୪ ପ୍ରତିଶତ), ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ୍(୫୩ ପ୍ରତିଶତ), ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ(୫୩ ପ୍ରତିଶତ), କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ(୪୮ ପ୍ରତିଶତ), ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ(୪୪ ପ୍ରତିଶତ), ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେ ଇନ(୩୭ ପ୍ରତିଶତ), ସ୍ପେନର ରାଷ୍ଟ୍ର ମୁଖ୍ୟ ପେଡ୍ରୋ ସାଚେଞ୍ଜ(୩୬ ପ୍ରତିଶତ), ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସୋନାରୋ(୩୫ ପ୍ରତିଶତ), ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ(୩୫ ପ୍ରତିଶତ) ଓ ଜାପାନ ପ୍ରଧାନମନ୍ତ୍ରୀ ୟଶିହିଦେ ସୁଗା(୨୯ ପ୍ରତିଶତ) କ୍ରମାନ୍ଵୟରେ ରହିଛନ୍ତି ।
ସୂଚନାଯୋଗ୍ୟ, ଆମେରିକା ଡାଟା କମ୍ପାନୀ ମର୍ଣ୍ଣିଂ କନସଟ୍ ପଲିଟିକାଲ ଇଣ୍ଟେଲଜେନ୍ସ ସଂପ୍ରତି ଉପରୋକ୍ତ ଦେଶଗୁଡିକର ନେତାଙ୍କ ପାଇଁ ଆପ୍ରୁଭାଲ ରେଟିଂ ଟ୍ରାକ କରିଥାଏ ଏବଂ ସାପ୍ତାହିକ ଆଧାରରେ ସଦ୍ୟତମ ତଥ୍ୟକୁ ସାର୍ବଜନୀନ କରିଥାଏ।

Get real time updates directly on you device, subscribe now.